୨୦୨୫ରୁ ଆରମ୍ଭ ହେବ ଦେଶର ଜନଗଣନା, 2026 ରେ ଶେଷ

୨୦୨୫ରୁ ଆରମ୍ଭ ହେବ ଦେଶର ଜନଗଣନା, 2026 ରେ ଶେଷ

ପ୍ରତି ୧୦ ବର୍ଷରେ ଥରେ ହେଉଥିବା ଜନଗଣନାକୁ ନେଇ ଆସିଛି ବଡ଼ ଅପଡେଟ୍ । ରିପୋର୍ଟ ମୁତାବକ, ୨୦୨୫ରେ ଜନଗଣନା ଆରମ୍ଭ ହେବ, ଯାହା ଆଗାମୀ ୧ ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା ସରିବ । ଏହା ପରେ ୧୦ ବର୍ଷରେ ହେବାକୁ ଥିବା ପରବର୍ତ୍ତୀ ଜନଗଣନା ୨୦୩୫ରେ ହେବ ।

ଶେଷ ଥର ଦେଶର ଜନଗଣନା ୨୦୧୧ ମସିହାରେ ହୋଇଥିଲା । ପ୍ରତି ୧୦ ବର୍ଷରେ ହେଉଥିବା ଜନଗଣନା ୧୯୯୧, ୨୦୦୧ ଏବଂ ୨୦୧୧ ପ୍ରକ୍ରିୟାରେ ଚାଲିଥିଲା । ଏହି ହିସାବରେ ୨୦୧୧ର ପରବର୍ତ୍ତୀ ଜନଗଣନା ୨୦୨୧ରେ ହେବାର ଥିଲା ।

କିନ୍ତୁ କୋଭିଡ୍ ମହାମାରୀ ଯୋଗୁ ଏହାକୁ ଟାଳିବାକୁ ପଡ଼ିଥିଲା । ବର୍ତ୍ତମାନ ୨୦୨୫ରେ ଜନଗଣନା ହେଲେ ଏହାର ଚକ୍ର ମଧ୍ୟ ବଦଳିବାକୁ ଯାଉଛି । ଅର୍ଥାତ୍ ୨୦୨୫ ପରେ ପରବର୍ତ୍ତୀ ଜନଗଣନା ଏବେ ୨୦୩୫, ୨୦୪୫ ଏବଂ ୨୦୫୫ରେ ହେବ ।

ଜନଗଣନା ଶେଷ ହେବା ପରେ ଲୋକସଭା ଆସନଗୁଡ଼ିକର ସୀମା ନିର୍ଦ୍ଧାରଣ ଆରମ୍ଭ ହେବ । ସୀମାଙ୍କନ ପ୍ରକ୍ରିୟା ୨୦୨୮ ସୁଦ୍ଧା ଶେଷ ହେବାର ସମ୍ଭାବନା ରହିଛି । ସେପଟେ ଅନେକ ବିରୋଧୀ ଦଳ ତରଫରୁ ଜାତିଗତ ଜନଗଣନା ପାଇଁ ମଧ୍ୟ ଦାବି କରାଯାଉଛି । କିନ୍ତୁ କେନ୍ଦ୍ର ସରକାର ଏହା ବିଷୟରେ ବର୍ତ୍ତମାନ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ।

ବର୍ତ୍ତମାନ ଯାଏ ଦେଶର ଜନଗଣନାରେ ଧର୍ମ ଏବଂ ବର୍ଗ ପଚରାଯାଉଛି । ଏହା ସହିତ ସାଧାରଣ, ଅନୁସୂଚିତ ଜାତି ଓ ଜନଜାତିର ଗଣନା କରାଯାଉଛି । କିନ୍ତୁ ଏଥର ଲୋକଙ୍କୁ ସେମାନେ କେଉଁ ସମ୍ପ୍ରଦାୟର ଅନୁଗାମୀ ବୋଲି ପଚରା ଯାଇପାରେ । ତେବେ କେନ୍ଦ୍ର ସରକାର ବର୍ତ୍ତମାନ ଜନଗଣନା ସହିତ ଜାତିଗତ ଜନଗଣନା କରାଇବାକୁ ନେଇ ଔପଚାରିକ ଭାବେ କିଛି ନିଷ୍ପତ୍ତି ନେଇ ନାହାନ୍ତି ।

Related post

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

ଅଲିମ୍ପିକ୍ ଗେମ୍ସ ୨୦୩୬ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ଭିକ ଆଗ୍ରହ ଦେଖାଇଛନ୍ତି । ଏହି ଦେଶ ଗୁଡ଼ିକ ମଧ୍ୟରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ପୋଲାଣ୍ଡ,…
ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ।

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ…

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ସୋମବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା।

ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା।

ଭାରତର କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡା। ଭାରତ ଓ କାନାଡ଼ା ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିବାବେଳେ ଏବେ କାନାଡାକୁ ସମର୍ଥନ ଜଣାଇଛି ଆମେରିକା । ମାମଲାକୁ ନେଇ…

Leave a Reply

Your email address will not be published. Required fields are marked *