ପାକିସ୍ତାନ କୋଚ ପଦ ଛାଡିଲେ ଗ୍ୟାରୀ କର୍ଷ୍ଟନ

ପାକିସ୍ତାନ କୋଚ ପଦ ଛାଡିଲେ ଗ୍ୟାରୀ କର୍ଷ୍ଟନ

ଚାମ୍ପିଅନ୍ସ ଟ୍ରଫି-୨୦୨୫ ପାଇଁ ସମସ୍ତ ଦଳ ପ୍ରସ୍ତୁତିପର୍ବ ଆରମ୍ଭ କରିଥିବା ବେଳେ  କୋଚ୍ ପଦବୀରୁ ଇସ୍ତଫା ଦେଇଛନ୍ତି ଗ୍ୟାରୀ କର୍ଷ୍ଟନ । ୨ ବର୍ଷ ପାଇଁ ଚୁକ୍ତି କରିଥିବା କର୍ଷ୍ଟନ ମାତ୍ର ୬ ମାସ ଦାୟିତ୍ୱ ତୁଲାଇବା ପରେ ଇସ୍ତଫା ପ୍ରଦାନ କରିଛନ୍ତି ।

ପାକିସ୍ତାନ ଟିମ ସହ ମତଭେଦ ଯୋଗୁଁ ସେ ପଦ ଛାଡ଼ିଥିବା ସୂଚନା ମିଳିଛି । କୋଚ୍ ଛାଡିବା ପାକିସ୍ତାନ ଟିମ୍ ବଡ ବିପଦ ସାଜିଛି । ପାକିସ୍ତାନ ଆଗକୁ ଅଷ୍ଟ୍ରେଲିଆ ଏବଂ ଜିମ୍ବାୱେ ବିପକ୍ଷରେ ମ୍ୟାଚ୍ ଖେଳିବ ।

ରିପୋର୍ଟ ଅନୁସାରେ, ଦଳ ଚୟନରେ କୋଚଙ୍କ ହସ୍ତକ୍ଷେପ ଉପରେ ରୋକ ଲଗାଇଛି ପାକିସ୍ତାନ ବୋର୍ଡ । ଏହାପରେ ଗ୍ୟାରୀ କର୍ଷ୍ଟନ ଏବଂ ପିସିବି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା । ଏ ନେଇ ଗିଲେସ୍ପି ମଧ୍ୟ ନିରାଶା ଜାହିର କରିଛନ୍ତି ।

ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ହୋମ ଟେଷ୍ଟ ସମୟରେ ଗିଲେସ୍ପି କହିଥିଲେ ଯେ, ମୁଁ ବର୍ତ୍ତମାନ ଜଣେ ମ୍ୟାଚ୍ ଡେ’ ଆନାଲିଷ୍ଟ ପାଲଟି ଯାଇଛି । ଏଥିପାଇଁ ମୁଁ ଚୁକ୍ତି ସ୍ୱାକ୍ଷର କରି ନଥିଲି । କିନ୍ତୁ ଏସବୁକୁ ନେଇ ସେ ନିରାଶା ରହିଥିବା ଜାହିର କରିଛନ୍ତି ।

ଏହାମଧ୍ୟରେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିସାରିଛି ପାକିସ୍ତାନ । ଏଥିରେ ବାବର ଆଜମଙ୍କ ସ୍ଥାନରେ ୱକେଟ କିପର ବ୍ୟାଟର ମହମ୍ମଦ ରିଜୱାନଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି । ପିସିବିର ଖେଳାଳି ଚୟନରେ କୋଚଙ୍କ ଅନୁପସ୍ଥିତି ଗ୍ୟାରୀ କର୍ଷ୍ଟନଙ୍କ ସମେତ ଅନ୍ୟ କୋଚଙ୍କୁ ମଧ୍ୟ ନିରାଶ କରିଛି ।

Related post

Leave a Reply

Your email address will not be published. Required fields are marked *