ଇସ୍ରାଏଲ ଉପରେ ପାଲଟା ଆକ୍ରମଣ କରିପାରେ ଇରାନ
- ଦେଶ ବିଦେଶ
- October 29, 2024
- No Comment
- 115
ଇରାନ ଉପରେ ଏୟାର ଷ୍ଟ୍ରାଇକ ପରେ ବିଚଳିତ ଇସ୍ରାଏଲ। ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ଯାହୁଙ୍କ ବାସଭବନ ନିକଟରେ ଏକ ପଡ଼ିଆରେ ପଡିଥିଲା ରକେଟ। ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲା ନେତନ୍ଯାହୁଙ୍କ ବାସଭବନ। ଇରାନ ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରିବା ସମ୍ଭାବନା ରହିଛି।
ଇରାନ ଉପରେ ଇସ୍ରାଏଲ ହମଲାରେ ଅନେକ ପ୍ରତିରକ୍ଷା ପ୍ରତିଷ୍ଠାନ ନଷ୍ଟ ହୋଇଯାଇଛି। ଇରାନର ରାଡାର ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟ ପୁରା ଛାରଖାର ହୋଇଯାଇଛି। ଇରାନର ଯାହା କ୍ଷୟକ୍ଷତି ହୋଇଛି ତାଙ୍କୁ ଇସ୍ରାଏଲର ସାମନା କରିବା କଷ୍ଟକର ହୋଇପଡିବ। ଏହା ପରେ ମଧ୍ୟ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବା ସମ୍ଭାବନା ରହିଛି। ଆକ୍ରମଣରେ ଆମେରିକା ସାଥ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ଯାହୁ।