ଏୟାର ଇଣ୍ଡିଆର ୩୨ଟି ବିମାନକୁ ବୋମା ଧମକ

ଏୟାର ଇଣ୍ଡିଆର ୩୨ଟି ବିମାନକୁ ବୋମା ଧମକ

ଦେଶର ବିଭିନ୍ନ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଓ ପ୍ରତିଷ୍ଠାନକୁ ବୋମା ବିସ୍ଫୋରଣର ଧମକ ମିଳିବା ଘଟଣା ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ପୁଣି ସମାନ କାଣ୍ଡ ଘଟିଛି । ଦିନକ ତଳେ କୋଲକାତାରୁ ଓ କୋଲକାତାକୁ ଯାଉଥିବା ୭ଟି ବିମାନକୁ ସୋସିଆଲ ମିଡିଆରେ ବୋମା ବିସ୍ଫୋରଣର ଧମକ ମିଳିଥିଲା ।

ତେବେ ଯାଞ୍ଚ ପରେ ଏହା କେବଳ ଏକ ଗୁଜବ ଥିବା ଜଣାପଡ଼ିଥିଲା , ଏହାକୁ ନେଇ ତନାଘନା ଚାଲିଥିବା ବେଳେ ଏୟାର ଇଣ୍ଡିଆର ଆଉ ୩୨ଟି ବିମାନକୁ ବୋମା ବିସ୍ଫୋରଣର ଧମକ ମିଳିଛି । ଧମକ ପାଇଥିବା ବିମାନଗୁଡ଼ିକ ମଧ୍ୟରୁ କିଛି ଭାରତରେ ଥିବା ବେଳେ ଆଉ କିଛି ବିଦେଶ ଗସ୍ତରେ ଯାଇଛନ୍ତି । ଧମକ ପରେ ସତର୍କତା ପଦକ୍ଷେପ ସ୍ୱରୂପ ବିମାନଗୁଡ଼ିକୁ ଯାଞ୍ଚ କରାଯାଇଥିଲା ।

ହେଲେ ଏଯାଏ କୌଣସି ବିମାନରୁ ବିସ୍ଫୋରକ ସାମଗ୍ରୀ ମିଳିନାହିଁ। ଅନ୍ୟପକ୍ଷରେ କ୍ରମାଗତ ଭାବେ ବିମାନ ଓ ପ୍ରତିଷ୍ଠାନଗୁଡ଼ିକୁ ଧମକ ମିଳୁଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ତଦନ୍ତ ଆରମ୍ଭ କରିଛି। ଗତ ୨ ସପ୍ତାହ ମଧ୍ୟରେ ୪୦୦ରୁ ଅଧିକ ବୋମା ଗୁଜବର ଧମକ ମିଳିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

Related post

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘଟଣା ଭିନ୍ନ ମୋଡ ନେବାରେ ଲାଗିଛି । ଡାଟା ରିକଭର ହୋଇପାରୁନଥିବାରୁ ବ୍ଲାକ୍ ବାକ୍ସ ଆମେରିକା ପଠାଯାଇଥିବା ଖବର ସାମ୍ନାକୁ ଆସିଥିଲା…
ସଲମାନ ଖାନଙ୍କୁ  ଧମକ

ସଲମାନ ଖାନଙ୍କୁ ଧମକ

ମୁମ୍ବାଇ ଟ୍ରାଫିକ ପୋଲିସ ହ୍ବାଟସଆପରେ ଏହି ଧମକ ମିଳିଛି । ମେସେଜ ପଠାଇଥିବା ବ୍ୟକ୍ତି ୫ କୋଟି ଟଙ୍କା ଦାବି କରିଛି । ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ…

Leave a Reply

Your email address will not be published. Required fields are marked *