ଟ୍ରାକ୍ଟର ଧକ୍କାରେ ଚାଲିଗଲା ୬ ଜୀବନ:ଉତ୍ତରପ୍ରଦେଶ

ଟ୍ରାକ୍ଟର ଧକ୍କାରେ ଚାଲିଗଲା ୬ ଜୀବନ:ଉତ୍ତରପ୍ରଦେଶ

ଉତ୍ତର ପ୍ରଦେଶର ବନ୍ଦାୟୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ଏକ ଟ୍ରାକ୍ଟର ଓ ଅଟୋ ମଧ୍ୟରେ ଧକ୍କା ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି । ମୁଜରିଆ ଥାନା ଅଧୀନ ମୁଜରିଆ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତ ଲୋକମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଛି । ଏ ପର୍ଯ୍ୟନ୍ତ ମୃତକମାନଙ୍କ ପରିଚୟ ଜଣାପଡ଼ି ନାହିଁ ।

କୁହାଯାଉଛି ଯେ ଦୀପାବଳି ପାଳିବା ପାଇଁ ଏହି ଲୋକମାନେ ଅଟୋରେ ବସି ନିଜ ଘରକୁ ଯାଉଥିଲେ । ଏହି ସମୟରେ ଦିଲ୍ଲୀ-ବନ୍ଦାୟୁ ରାଜପଥରେ ଅଟୋଟି ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୬ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା ।

ସୂଚନା ଅନୁସାରେ, ଆଜି ସକାଳ ୭ଟାରେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ଯାଉଥିବା ଲୋକେ ନୋଏଡାରେ କାମ କରୁଥିଲେ । ଏମାନେ ଦୀପାବଳି ପାଳିବା ପାଇଁ ଅଟୋ ବୁକ୍ କରି ଘରକୁ ଯାଉଥିଲେ । ମୁଜରିଆ ଗାଁ ନିକଟରେ ଦୁର୍ଘଟଣା ଘଟିଥିଲା । ରାଜପଥରେ ଭୁଲ୍ ପାର୍ଶ୍ୱରୁ ଆସୁଥିବା ଟ୍ରାକ୍ଟର, ଅଟୋ ସହ ପିଟି ହୋଇଯାଇଥିଲା । ଏହି ସମୟରେ ପଛରୁ ଆସୁଥିବା କାର୍ ମଧ୍ୟ ଡିଭାଇରଡର ସହ ଧକ୍କା ହୋଇଥିଲା ।

ଦୁର୍ଘଟଣା ପରେ ଟ୍ରାକ୍ଟର ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରିଛି । ମୃତକମାନଙ୍କ ମଧ୍ୟରୁ ଜଣଙ୍କ ପରିଚୟ ମିଳିଥିବା ବେଳେ ବାକି ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ । ଟ୍ରାକ୍ଟର ଧକ୍କାରେ ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।

Related post

ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ।

ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ।

ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରତିବର୍ଷ ଦୁର୍ଘଟଣା ହାର ବଢ଼ି ବଢ଼ି ଚାଲିଛି । ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା…
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାରିବାକୁ ଧମକ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାରିବାକୁ ଧମକ ।

ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଧମକପୂର୍ଣ୍ଣ ମେସେଜ ଦିଆଯାଇଛି । ମୁମ୍ବାଇ ପୋଲିସର ଟ୍ରାଫିକ କଣ୍ଟ୍ରୋଲ ଡିପାର୍ଟମେଣ୍ଟକୁ ଏକ ଅଜଣା ନମ୍ବରରୁ…
ଭୁବନେଶ୍ୱର : ଦୁଇ ଜଣଙ୍କ ଉପରେ ଚଢ଼ିଗଲା ମୋ ବସ୍

ଭୁବନେଶ୍ୱର : ଦୁଇ ଜଣଙ୍କ ଉପରେ ଚଢ଼ିଗଲା ମୋ ବସ୍

ମୋ ବସ୍ ଦୁର୍ଘଟଣାରେ ୨ ଗୁରୁତରଙ୍କ ମଧ୍ୟରୁ ଯୁବତୀଙ୍କ ହାତ ଉପରେ ବସ୍‌ ଚଢିଯିବାରୁ ତାଙ୍କ ହାତ କଟି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର ଯୁବତୀ ଓ…

Leave a Reply

Your email address will not be published. Required fields are marked *