ସ୍ପେନ୍ରେ ବନ୍ୟା ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି
- ଦେଶ ବିଦେଶ
- November 1, 2024
- No Comment
- 6
ସ୍ପେନରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨୮ ବର୍ଷ ଭିତରେ ଭାଲେନସିଆରେ ସବୁଠୁ ଅଧିକ ବର୍ଷା ହୋଇଛି । ମାଦ୍ରିଦ-ଭାଲେନସିଆ ମଧ୍ୟରେ ଚ୍ରେନ ସେବା ବାତିଲ କରାଯାଇଛି । ସରକାରୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ସ୍କୁଲ, ମ୍ୟୁଜିୟମ ଓ ଲାଇବ୍ରେରୀ ବନ୍ଦ ରହିଛି ।
ସ୍ପେନର ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ମୂଷଳଧାରରେ ବର୍ଷା ପରେ ଆସିଥିଲା ଭୟଙ୍କର ବନ୍ୟା । ହଠାତ ବନ୍ୟା ଆସିବା ଦ୍ବାରା ରାସ୍ତାରେ ଥିବା ଗାଡ଼ି ମଟର ଭାସିବାକୁ ଲାଗିଥିଲା । ସହରର ଗଳିକନ୍ଦିରେ ନଦୀର ଭ୍ରମ ସୃଷ୍ଟି ହୋଇଥିଲେ । ତଳିଆ ଅଞ୍ଚଳରେ ଥିବା ଘର ଗୁଡ଼ିକ ବନ୍ୟା ଜଳରେ ବୁଡିରହିଥିଲା ।
ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ପୋଲିସକୁ ହେଲିକପ୍ ଟର ବ୍ୟବହାର କରିବାକୁ ପଡ଼ିଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୧୫୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି ।
ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ପେନ ସହରାର ଏକ ଜରୁରୀକାଳୀନ କମିଟି ଗଠନ କରିଛନ୍ତି । ସ୍ପେନ ପ୍ରଧାନମନ୍ତ୍ରୀ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏବେ ଅନେକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିବା ଅନୁମାନ କରାଯାଉଛି। ସ୍ପେନରେ ୧୯୭୨ ପରେ ସ୍ପେନରେ ଏହା ଭୟଙ୍କର ବନ୍ୟା । ୧୯୭୨ ବନ୍ୟାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା