ସରକାରୀ ଚାକିରିଆ ବି ପାଇବେ ‘ସୁଭଦ୍ରା’ ଟଙ୍କା, ନଭେମ୍ବର ଶେଷ ସୁଦ୍ଧା ମିଳିବ ତୃତୀୟ କିସ୍ତି
- ରାଜ୍ୟ
- November 2, 2024
- No Comment
- 1
ସରକାରୀ ଚାକିରି କରିଥିବା ହିତାଧିକାରୀ ମଧ୍ୟ ପାଇବେ ‘ସୁଭଦ୍ରା’ ଟଙ୍କା । ୫ ଏକରରୁ ଅଧିକ ଜମି ଥିବା ହିତାଧିକାରୀ ବି ପାଇବେ । ଅଙ୍ଗନବାଡ଼ି, ସିଆରପି, ଏମବିକେମାନଙ୍କୁ ବି ଦିଆଯିବ ଟଙ୍କା । ନଭେମ୍ବର ଶେଷ ସପ୍ତାହରେ ମିଳିବ ‘ସୁଭଦ୍ରା’ ଟଙ୍କା ।
୨୦ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ମିଳିବ ଟଙ୍କା । ଡିସେମ୍ବର ଶେଷ ସୁଦ୍ଧା କୋଟିଏ ୨ ଲକ୍ଷଙ୍କୁ ଟଙ୍କା ପ୍ରଦାନ ଲକ୍ଷ୍ୟ ରଖାଯାଇଛି । ବାଦ୍ ପଡ଼ିଥିବା ୨.୬୭ ଲକ୍ଷ ଆବେଦନର ପୁନର୍ବିଚାର ହେବ ।
ଏହା ମଧ୍ୟ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଖାରଜ ହୋଇଥିବା ଆବେଦନର ରି ଚେକ ପାଇଁ ବିଡ଼ିଓଙ୍କୁ ନୋଡାଲ ଏଜେନ୍ସି ଭାବେ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ତିନି ଜଣିଆ କମିଟି ଗଠନ କରାଯାଇଛି । ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନବାଡ଼ି ଦିଦିଙ୍କ ମାଧ୍ୟମରେ ନୋଟିସ ହେବ।
ଜମି ଆଧାରରେ ଯେଉଁ ମାନଙ୍କର ଖାରଜ ହୋଇଛି ତହସିଲଦାର ଓ ଆରଆଇଙ୍କ ଦ୍ଵାରା ଆଉ ଥରେ ଯାଞ୍ଚ କରାଯିବ। ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ହୋଇଥିବା ସଂଖ୍ୟା ଅଧିକ ରହିଛି । ସେହିପରି ବ୍ୟାଙ୍କ ଲିଙ୍କେଜ ନ ଥିବାରୁ ସୁଭଦ୍ରା ଯୋଜନା କଟିଥିଲେ ସେମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି ବ୍ୟାଙ୍କ ସ୍ପଷ୍ଟୀକରଣ ଦାଖଲ କରିପାରିବେ ।
ଏପରିକି ଅଙ୍ଗନବାଡି କର୍ମୀ ଏବଂ ଏମବିକେ ମାନଙ୍କୁ ସରକାରୀ ଚାକରିଆ ଭାବେ କଟା ଯାଇଛି ସେମାନଙ୍କର ମଧ୍ୟ ଯାଞ୍ଚ କରାଯାଇ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।