ପିପିଲି : ମାର୍କେଟ ପୋଡି ଛାରଖାର, ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ପନିପରିବା
- ରାଜ୍ୟ
- November 3, 2024
- No Comment
- 4
ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ପନିପରିବା। ପୋଡିଯାଇଛି ଆଳୁ,ପିଆଜ, ବାଇଗଣ,ସାରୁ, କଲରା, ଭେଣ୍ଡି ଭଲି ପରିବା। ଗତକାଲି ରାତିରେ ପୁରୀ ଜ଼ିଲ୍ଲା ହାଟ ଡେଲାଙ୍ଗରେ ଏହି ଅଘଟଣ ଘଟିଛି। ବ୍ୟବସାୟ ସାରି ବେପାରୀମାନେ ନିଜ ନିଜ ସ୍ଥାନରେ ପରିବା ରଖି ଘରକୁ ଯାଇଥିଲେ।
କିନ୍ତୁ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଆଁକୁ ଆୟତ୍ତ କରିଥିଲ। ଡେଲାଙ୍ଗ ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।