ଭାରତ- ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ : ଦ୍ବିତୀୟ ଦିନ ରେ  ଖେଳ ଶେଷ, ନ୍ୟୁଜିଲାଣ୍ଡ ୧୭୧/୯

ଭାରତ- ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ : ଦ୍ବିତୀୟ ଦିନ ରେ ଖେଳ ଶେଷ, ନ୍ୟୁଜିଲାଣ୍ଡ ୧୭୧/୯

୨-୦ରେ ଟେଷ୍ଟ ସିରିଜକୁ କବଜା କରି ସାରିଥିବା ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସରେ ୧୪୩ ରନର ଲିଡ୍ ହାସଲ କରି ନେଇଛି । ଆଜି ଦ୍ୱିତୀୟ ଦିନରେ ମୋଟ ୧୫ଟି ୱିକେଟ ଝଡ଼ିଛି । ପ୍ରଥମ ଦିନରେ ୧୪ଟି ୱିକେଟ ଝଡ଼ିଥିଲା । ତେଣୁ ମୁମ୍ବାଇର ୱାଙ୍ଖେଡେ ପିଚ୍ ବୋଲରଙ୍କୁ ସୁହାଇବାରେ ଲାଗିଛି । ଭାରତ ଦ୍ୱିତୀୟ ଦିନରେ ୬ଟି ୱିକେଟ ହରାଇଥିବା ବେଳେ ନ୍ୟୁଜିଲାଣ୍ଡ ୯ ୱିକେଟ ହରାଇଛି ।

ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟରେ ବଲରେ କମାଲ କରିଛନ୍ତି ରବୀନ୍ଦ୍ର ଜାଡେଜା । ଜାଡେଜା ୪ ୱିକେଟ ନେଇଥିବା ବେଳେ ଅଶ୍ୱିନ ୩ଟି ୱିକେଟ ନେଇଛନ୍ତି । ଆକାଶ ଦୀପ ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି ।

ପ୍ରଥମ ଇନିଂସରେ ଜାଡେଜା ୫ଟି ଓ ୱାଶିଂଟନ ସୁନ୍ଦର ୪ଟି ୱିକେଟ ନେଇଥିଲେ । ଆଜି ଭାରତ ୮୬/୪ରୁ ଖେଳ ଆରମ୍ଭ କରିଥିଲା । ଶୁବମନ ଗିଲଙ୍କ ୯୦ ଓ ଋଷଭ ପନ୍ତଙ୍କ ୬୦ ରନ ବଳରେ ଭାରତୀୟ ଟିମ ଟ୍ରି ବ୍ରେକ ପୂର୍ବରୁ ୨୬୩ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ୨୬୩ ରନରେ ଅଲଆଉଟ ହୋଇଥିଲେ ସୁଦ୍ଧା ଗୁରୁତ୍ୱପୂର୍ଣ୍ଣ ୨୮ ରନର ଲିଡ ହାସଲ କରିଥିଲା ।

Related post

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

Champions Trophy: ଆଫଗାନିସ୍ତାନକୁ ୧୦୭ ରନରେ ପରାସ୍ତ କଲା ଦକ୍ଷିଣ ଆଫ୍ରିକା

ରିଆନ ରିକେଲଟନଙ୍କ ଶତକ ଏବଂ କାଗିସୋ ରାବାଡାଙ୍କ ଘାତକ ବୋଲିଂ ଯୋଗୁଁ ଦକ୍ଷିଣ ଆଫ୍ରିକା ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୟ ସହ ତା’ର ଅଭିଯାନ ଆରମ୍ଭ କରିଛି ।…
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବ ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…

ଟି୨୦ ସିରିଜରେ ଇଂଲଣ୍ଡରେ ହରାଇବା ପରେ ଏବେ ଟିମ୍ ଇଣ୍ଡିଆ ଦିନିକିଆ ସିରିଜ ଖେଳିବ । ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ…
ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା ଧାଡି ରେ

ବାରବାଟୀ ପାଇଁ ଆଜିଠୁ ମିଳିବ କାଉଣ୍ଟର ଟିକେଟ କ୍ରିକେଟ ପ୍ରେମୀ ଲମ୍ବା…

କାଲି ରାତିରୁ ଲାଇନ ଲଗାଇଛନ୍ତି କ୍ରିକେଟ ପ୍ରେମୀ । ଆଜି ଓ କାଲି ଦୁଇଦିନ ଧରି କାଉଣ୍ଟରରେ ଟିକେଟ ବିକ୍ରି ହେବ । ଆଜି ସକାଳ ୯ଟାରୁ ସନ୍ଧ୍ୟା…

Leave a Reply

Your email address will not be published. Required fields are marked *