ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ର ଗୁଜବ :ଭାଇରାଲ ହେଉଛି ଅଭିଷେକଙ୍କ ‘ଦ୍ଵିତୀୟ ବିବାହ’ ବୟାନ
- ମନୋରଞ୍ଜନ
- November 4, 2024
- No Comment
- 3
ଅଭିଷେକ X ରେ ଲେଖିଥିଲେ, ମୁଁ ବିଶ୍ୱାସ କରୁଛି ଯେ ମୁଁ ଛାଡପତ୍ର ନେବାକୁ ଯାଉଛି । ମୋତେ ଜଣାଇଥିବାରୁ ଧନ୍ୟବାଦ! ମୁଁ କେତେବେଳେ ଦ୍ଵିତୀୟ ବିବାହ କରିବି ତାହା ମୋତେ ଜଣାଇବେ କି? ‘ ଏହି ପୁରୁଣା ଟ୍ୱିଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
କହିରଖୁଛୁ, ଅଭିଷେକ- ଐଶ୍ୱର୍ଯ୍ୟାଙ୍କ ବିବାହ ୨୦୦୭ ଏପ୍ରିଲ ବଚନ ପରିବାରର ମୁମ୍ବାଇ ସ୍ଥିତ ଘରେ ହୋଇଥିଲା । ଏହି ବିବାହରେ କେବଳ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ । ବିବାହ ସମାରୋହ ବହୁତ ଧୂମଧାମରେ ହୋଇଥିଲା, କିନ୍ତୁ ଏହା ଏକ ଇଣ୍ଟିମେଟ ଇଭେଣ୍ଟ ଥିଲା ।
ଯେଉଁଥିରେ କେବଳ ପରିବାରର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ । ନଭେମ୍ବର ୨୦୧୧ ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ସେମାନଙ୍କର ପ୍ରଥମ ସନ୍ତାନ – ଆରାଧ୍ୟା ବଚ୍ଚନଙ୍କୁ ଏହି ଦୁନିଆରେ ସ୍ୱାଗତ କରିଥିଲେ । ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ବିଷୟରେ ଗୁଜବ ଅନେକ ସମୟ ଧରି ଚାଲିଆସୁଛି, ବିଶେଷ କରି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଶାଶୁଘର ଲୋକଙ୍କ ବିନା ରାଧିକା ମର୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହରେ ଯୋଗଦେବାକୁ ନିଷ୍ପତ୍ତି ନେବା ପରେ ଏହି ଚର୍ଚ୍ଚା ଜୋର ଧରିଛି ।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଗତକାଲି ତାଙ୍କର ୫୧ ତମ ଜନ୍ମଦିନ ପାଳନ କରିଥିଲେ ଏବଂ ଅଭିଷେକ ବଚ୍ଚନଙ୍କ ସମେତ ବଚ୍ଚନ ପରିବାରର କୌଣସି ସଦସ୍ୟ ତାଙ୍କୁ ଏହି ବିଶେଷ ଉତ୍ସବରେ ଶୁଭେଚ୍ଛା ଜଣାଇ ନାହାନ୍ତି । ଯାହାଦ୍ୱାରା ଏହି ଗୁଜବ ଆହୁରି ଦୃଢ଼ ହେବାରେ ଲାଗିଛି ।