ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ  : ଟ୍ରମ୍ପ ଓ କମଳା ମଧ୍ୟରେ ଲଢ଼େଇ

ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ : ଟ୍ରମ୍ପ ଓ କମଳା ମଧ୍ୟରେ ଲଢ଼େଇ

ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ ଓ ଡୋନାଲଡ୍ ଟ୍ରମ୍ପଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରୁ ଆସନ୍ତାକାଲି ସକାଳ ୬ଟା ୩୦ ପର୍ଯ୍ୟନ୍ତ ଭୋଟ ପଡିବ । ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁସାରେ କିଛି ରାଜ୍ୟରେ କମଲାଙ୍କ ପଲ୍ଲା ଭାରୀ ରହିଥିବା ବେଳେ ଆଉ କିଛି ରାଜ୍ୟରେ ଟ୍ରମ୍ପ ଆଗୁଆ ରହିବାର ସମ୍ଭାବନା ଅଛି। ଏଯାଏ ଆମେରିକାର ସାଢେ ୭କୋଟି ଲୋକ ମତଦାନ କରିସାରିଛନ୍ତି। ମତଦାନ ଶେଷ ହେବା ପରେ ହେବ ଭୋଟ ଗଣତି।

ଜାନୁଆରୀ ୬ରେ ଫଳାଫଳ ଘୋଷଣା ପରେ ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରପତି ଶପଥ ନେବେ । ଆମେରିକାରେ ମୋଟ ଇଲେକ୍ଟୋରାଲଙ୍କ ସଂଖ୍ୟା ୫୩୮ ହୋଇଥିବା ବେଳେ ୨୭୦ ରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି। ବିଭିନ୍ନ ରାଜ୍ୟର ଜନସଂଖ୍ୟା ଅନୁସାରେ ସେହି ରାଜ୍ୟର ନିର୍ବାଚିତ ପ୍ରତିନିଧି ବା ଇଲେକ୍ଟୋରାଲଙ୍କ ସଂଖ୍ୟା ଚୟନ କରାଯାଇଥାଏ।

ଆମେରିକା ରାଜନୀତିରେ କୌଣସି ମହିଳା ରାଷ୍ଟ୍ରପତି ନିର୍ବାିଚତ ହୋଇନାହାନ୍ତି। ଯଦି କମଲା ହାରିସ ରାଷ୍ଟ୍ରପତି ଭାବେ ନିର୍ବାଚିଚ ହୁଅନ୍ତି, ତେବେ ସେ ଆମେରିକାର ପ୍ରଥମ ମହିଳା ରାଷ୍ଟ୍ରପତି ହେବେ।

Related post

ଟ୍ରମ୍ପ ଆରମ୍ଭ କଲେ ମହାଯୁଦ୍ଧ!ସମୁଦ୍ରରେ କଲେ ସବୁଠୁ ବଡ଼ ନାକାବନ୍ଦୀ

ଭେନେଜୁଏଲା ବିରୋଧରେ ଟ୍ରମ୍ପଙ୍କ ‘ମହାଯୁଦ୍ଧ’! । ସମୁଦ୍ର ମଝିରେ ଅଟକିଲା ତେଲ ଟ୍ୟାଙ୍କର । ଆମେରିକାର ସବୁଠୁ ବଡ଼ ନାକାବନ୍ଦୀ । ମାଦୁରୋ ସରକାରକୁ ‘ଆତଙ୍କବାଦୀ’ ଘୋଷଣା କଲେ…

ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ…

ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ…

Leave a Reply

Your email address will not be published. Required fields are marked *