୩୬ ବର୍ଷରେ ବିରାଟ କୋହଲି, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

୩୬ ବର୍ଷରେ ବିରାଟ କୋହଲି, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି ।  କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ ଦିଲ୍ଲୀରେ ଜନ୍ମ । ମାତ୍ର ୯ ବର୍ଷ ବୟସରେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ବିରାଟ । ମଧ୍ୟବିତ୍ତ ପରିବାରରୁ ଆସି ପୂରା ବିଶ୍ୱରେ ନାଁ କମାଇ ପାରିଥିବା ନାଁ ହେଉଛି ବିରାଟ ।

ଦିନିକିଆରେ ସର୍ବାଧିକ ରନ୍, ସର୍ବାଧିକ ପ୍ଲେୟର ଅଫ୍ ଦ ସିରିଜ ଆୱାର୍ଡ, ଦିନିକିଆରେ ସର୍ବାଧିକ ଶତକ, ସମସ୍ତ ଫର୍ମାଟ୍ ରେ ICC କ୍ରିକେଟର ଅଫ୍ ଦ ଇୟର୍, ଆଦି କେତେ ଆୱାର୍ଡ ବିରାଟ ନିଜ ନାଁରେ କରିସାରିଛନ୍ତି ।

ଆଜି ତାଙ୍କ ଜନ୍ମଦିନ ଅବସରରେ ଫ୍ୟାନ ମାନଙ୍କ ଶୁଭେଛାର ସୁଅ ଛୁଟୁଛି । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ତାଙ୍କୁ ଶୁଭେଛା ଜଣାଇଛନ୍ତି । ପୁରୀ ସମୁଦ୍ର କୂଳରେ ବିରାଟଙ୍କ ପ୍ରତ୍ତିମୂର୍ତ୍ତି ଓ ଏକ ବ୍ୟାଟ କରି ହାପି ବାର୍ଥଡେ ବିରାଟ ଲେଖିଛନ୍ତି।

Related post

IPL ମ୍ୟାଚରେ ପଲଟିଲା ବାଜି, ରେକର୍ଡ ଅଧିକାରୀ ହେଲେ ବିରାଟ କୋହଲି

IPL ମ୍ୟାଚରେ ପଲଟିଲା ବାଜି, ରେକର୍ଡ ଅଧିକାରୀ ହେଲେ ବିରାଟ କୋହଲି

ବିରାଟ କୋହଲି ବେଶ୍ ଲୋକପ୍ରିୟତା ହାସିଲ କରିଛନ୍ତି । ସଚ୍ଚିନ, ଧୋନୀଙ୍କ ପରେ ଭଲ କ୍ରିକେଟର ଭାବେ ବିରାଟ କୋହଲି ଆସୁଛନ୍ତି ଲିଷ୍ଟରେ । ତାଙ୍କ ଖେଳ ଦେଖିବା…
ପୁଣି RCBର ଅଧିନାୟକ ବିରାଟ କୋହଲି

ପୁଣି RCBର ଅଧିନାୟକ ବିରାଟ କୋହଲି

ଇଏସପିଏନ ଅନୁଯାୟୀ ବିରାଟ କୋହଲି ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ଅଧିନାୟକ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଦଳ ପରିଚାଳନାକୁ ନେଇ ସେ ଏହି ବିଷୟରେ…

Leave a Reply

Your email address will not be published. Required fields are marked *