୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବ ଭାରତ !

ଅଲିମ୍ପିକ୍ ଗେମ୍ସ ୨୦୩୬ ଆୟୋଜନ କରିବାକୁ ଭାରତ ସମେତ ୧୦ ଦେଶ ପ୍ରାରମ୍ଭିକ ଆଗ୍ରହ ଦେଖାଇଛନ୍ତି । ଏହି ଦେଶ ଗୁଡ଼ିକ ମଧ୍ୟରେ ମେକ୍ସିକୋ, ଇଣ୍ଡୋନେସିଆ, ତୁର୍କୀ, ପୋଲାଣ୍ଡ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ମଧ୍ୟ ରହିଛନ୍ତି । ଅଲିମ୍ପିକ୍ସ ଆୟୋଜନ ଅଧିକାର ବଣ୍ଟନ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଦ୍ୱାରା ଏକ ବିସ୍ତୃତ ହୋଷ୍ଟ ଚୟନ ପ୍ରକ୍ରିୟା ମାଧ୍ୟମରେ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ୨୦୩୬ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଖେଳ ଭାରତରେ ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସ୍ୱାଧୀନତା ଦିବସ ପାଳନ ଅବସରରେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାଗ ନେଇଥିବା ଆଥଲେଟମାନଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

ସୂଚନାଯୋଗ୍ୟ, ପ୍ୟାରିସ୍‌ ଖେଳାଯାଇଥିଲା ୨୦୨୪ ଅଲିମ୍ପିକ୍ସ । ଏହାପରେ ୨୦୨୮ ମସିହାରେ ପରବର୍ତ୍ତୀ ଅଲିମ୍ପିକ୍ସ ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ ଆଞ୍ଜେଲସ୍‌ରେ ଖେଳାଯିବ । ଏହାପରେ ୨୦୩୨ ଅଲିମ୍ପିକ୍ସ ଅଷ୍ଟ୍ରେଲିଆର କୁଇନ୍‌ସଲାଣ୍ଡରେ ଖେଳାଯିବ ।

ଭାରତ ପାଖରେ ଏବେ ୩ଟି ମଲ୍ଟି ସ୍ପୋର୍ଟସ ଖେଳ ଆୟୋଜନ କରିବାର ଅଭିଜ୍ଞତା ରହିଛି । ଭାରତ ଶେଷ ଥର ପାଇଁ ୨୦୧୦ରେ କମନୱେଲ୍ଥ୍‌ ଗେମ୍ସ ଆୟୋଜନ କରିଥିଲା । ଏହାପୂର୍ବରୁ ୧୯୮୨ ଏବଂ ୧୯୫୧ ମସିହାରେ ଭାରତ ମଧ୍ୟ ଏସିଆନ୍‌ ଗେମ୍ସ ଆୟୋଜନ କରିଥିଲା ।

Related post

ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍

ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍

BSNL ଗୋଟିଏ ପରେ ଗୋଟିଏ ଶସ୍ତା ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରି ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଉଛି । ଏହି ସମୟରେ BSNL ଏକ ପ୍ଲାନ୍ ଆଣିଛି ଯାହା…
ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ।

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ…

ଗୁଜରାଟର ଭଦୋଦରାରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଘରୋଇ ଯୁଦ୍ଧ ବିମାନ ଉତ୍ପାଦନ ପ୍ଲାଣ୍ଟ। ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସରେ ଏହି ପ୍ଲାଣ୍ଟର ସୋମବାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୨୦୨୫ରୁ ଆରମ୍ଭ ହେବ ଦେଶର ଜନଗଣନା, 2026 ରେ ଶେଷ

୨୦୨୫ରୁ ଆରମ୍ଭ ହେବ ଦେଶର ଜନଗଣନା, 2026 ରେ ଶେଷ

ପ୍ରତି ୧୦ ବର୍ଷରେ ଥରେ ହେଉଥିବା ଜନଗଣନାକୁ ନେଇ ଆସିଛି ବଡ଼ ଅପଡେଟ୍ । ରିପୋର୍ଟ ମୁତାବକ, ୨୦୨୫ରେ ଜନଗଣନା ଆରମ୍ଭ ହେବ, ଯାହା ଆଗାମୀ ୧ ବର୍ଷ…

Leave a Reply

Your email address will not be published. Required fields are marked *