ଆଜି ଡର୍ବାନରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୪ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ।

ଆଜି ଡର୍ବାନରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ୪ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ।

ଆଜି ଡର୍ବାନରେ ଖେଳାଯିବ ୪ ମ୍ୟାଚ୍ ବିଶିଷ୍ଟ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ । ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲଙ୍କ ଭଳି ଦଳର ବରିଷ୍ଠ ଖେଳାଳିମାନେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜକୁ ସ୍ମରଣୀୟ କରିବାକୁ ଚେଷ୍ଟା କରିବେ ।

ଗତ ଜୁନରେ ହୋଇଥିବା ଟି -20 ବିଶ୍ୱକପ ଫାଇନାଲରେ ଭାରତଠାରୁ ପରାଜୟର ପ୍ରତିଶୋଧ ନେବାକୁ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ପ୍ରସ୍ତୁତ । ଏହି ସିରିଜରେ ସଞ୍ଜୁ ସାମସନ୍ ଏବଂ ଅଭିଷେକ ଶର୍ମାଙ୍କ ପ୍ରଦର୍ଶନ ଉପରେ କ୍ରୀଡ଼ାପ୍ରେମୀଙ୍କ ନଜର ରହିବ । ୱିକେଟ୍ କିପର ବ୍ୟାଟର ସାମସନ୍ ନିକଟରେ ବାଂଲାଦେଶ ବିପକ୍ଷ ଘରୋଇ ଟି -20 ସିରିଜରେ ଗୋଟିଏ ଇନିଂସ ଖେଳିବାର ସୁଯୋଗ ପାଇ ୪୭ଟି ବଲରେ ୧୧୧ ରନ୍ ର ଜବରଦସ୍ତ ଇନିଂସ ଖେଳିଥିଲେ ।

ରୋହିତ ଶର୍ମା ଟି -20 ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଏବଂ ଏଭଳି ପରିସ୍ଥିତିରେ ସାମସନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭଲ ଖେଳି ଏହି ଫର୍ମାଟରେ ଭାରତୀୟ ଟପ୍ ଅର୍ଡରରେ ନିଜର ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବେ । ବର୍ତ୍ତମାନ ସୁଦ୍ଧା ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋଟ୍ ୨୭ଟି ଟି-ଟ୍ବେଣ୍ଟି ଖେଳାଯାଇଛି । ଭାରତ ୧୫ଟି ବିଜୟ ହାସଲ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ୧୧ଟିରେ ବାଜି ମାରିଛି । ଗୋଟିଏ ମ୍ୟାଚ୍ ଡ୍ର ରହିଛି ।

Related post

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏ ନାହିଁ ।

ଆଜି ଦୋଳ ପୂର୍ଣ୍ଣିମା, ବିଶ୍ବାସ ରହିଛି ଦୋଳରେ ଦୋଳଗୋବିନ୍ଦଙ୍କୁ ଦର୍ଶନ କଲେ…

ଆଜି ଦୋଳ ପୂର୍ଣ୍ଣିମା । କାଲି ରଙ୍ଗର ପର୍ବ ହୋଲି । ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମେଳଣ Iଭାରତୀୟ ପରମ୍ପରାରେ ଦୋଳପୂର୍ଣ୍ଣିମାକୁ ଦୁଇ ଭାଗରେ ବିଭକ୍ତ…
ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ ।

ଆଜିଠୁ ଇ-ଡିଟେକ୍ସନ ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ…

ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା କାର୍ଯ୍ୟକାରୀ…
ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଆଜି ପରାକ୍ରମୀ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ସୁଭାଷ ଚନ୍ଦ୍ର ବୋଷ ଭାରତୀୟ ସ୍ବତନ୍ତ୍ରତା ସଂଗ୍ରାମର ମହାନ ନେତା । ନିଜର ସାହାସ ଦୃଢ ସଂକଳ୍ପ ଏବଂ ରଣନୀତୀ ପାଇଁ ସେ ବେଶ୍ ଜଣାଶୁଣା । ଭାରତର…

Leave a Reply

Your email address will not be published. Required fields are marked *