ଡର୍ବାନରେ ଭାରତର ଦମଦାର ବିଜୟ ୬୧ ରନରେ ହାରିଲା ଦକ୍ଷିଣ ଆଫ୍ରିକା I
- ଖେଳ ଖବର
- November 9, 2024
- No Comment
- 4
୬୧ ରନରେ ଭାରତ ଜିତିଲା ପ୍ରଥମ ଟି-୨୦ । ବିଜୟରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଭାରତୀୟ ବ୍ୟାଟର ଭାବେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରେ ଲଗାତାର ଦୁଇଟି ଶତକ ହାସଲ କରି ରେକର୍ଡ କରିଛନ୍ତି ସଞ୍ଜୁ ସାମସନ । ଏପରି କରିବାରେ ସେ ବିଶ୍ୱର ଚତୁର୍ଥ ଭାରତୀୟ ବ୍ୟାଟର । ସଞ୍ଜୁ ୭ଟି ଚଉକା ଓ ୧୦ଟି ଛକା ବଳରେ ୧୦୭ରନର ପାଳି ଖେଳିଥିଲେ ।
ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିବାର ୯ ବର୍ଷ ପରେ ସଞ୍ଜୁ ଏହି ରେକର୍ଡ କରିଛନ୍ତି । ପ୍ରଥମ ଶତକ ହାସଲ କରିବାର ୨୭ ଦିନ ପରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି ସାମସନ । ଚମତ୍କାର ବ୍ୟାଟିଂ କରି ସାମସନ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ୮ ୱିକେଟ ବିନିମୟରେ ୨୦୨ ରନ୍ ସଂଗ୍ରହ କରିଥିଲା ।
ଜବାବରେ ଦକ୍ଷିଣ ଆଫ୍ରିକା ୧୭.୫ ଓଭରରେ ୧୪୧ ରନ୍ କରି ଅଲ ଆଉଟ୍ ହୋଇଯାଇଥିଲା । ମ୍ୟାଚ୍ ବିଜୟର ଅନ୍ୟତମ ହିରୋ ଥିଲେ ତିଲକ ବର୍ମା, ରବି ବିଷ୍ଣୋଇ ଓ ବରୁଣ ଚକ୍ରବର୍ତ୍ତୀ । ରବି ଓ ବରୁଣ ଭଭୟ ୩ଟି ଲେଖାଏ ୱିକେଟ୍ ନେଇଥିଲେ ।