WHO  : ପରିବେଶ ବିଶାକ୍ତ କାରଣରୁ ପ୍ରତିବର୍ଷ ପ୍ରାୟ ୧.୨୬ କୋଟି ଲୋକଙ୍କର ମୃତ୍ୟୁ ହେଉଛି ।

WHO : ପରିବେଶ ବିଶାକ୍ତ କାରଣରୁ ପ୍ରତିବର୍ଷ ପ୍ରାୟ ୧.୨୬ କୋଟି ଲୋକଙ୍କର ମୃତ୍ୟୁ ହେଉଛି ।

ଲାନସେଟ୍‌ କମିସନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୯ ମସିହାରେ ପ୍ରଦୂଷଣ କାରଣରୁ ସାରା ବିଶ୍ୱରେ ପ୍ରାୟ ୯୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି । WHOର କହିବା ଅନୁସାରେ, ପରିବେଶ ବିଶାକ୍ତ କାରଣରୁ ପ୍ରତିବର୍ଷ ପ୍ରାୟ ୧.୨୬ କୋଟି ଲୋକଙ୍କର ମୃତ୍ୟୁ ହେଉଛି । ଏହା ସହ ସମଗ୍ର ବିଶ୍ୱରେ ବାୟୁ ପ୍ରଦୂଷଣ ହେତୁ ପ୍ରାୟ ୭୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି ।

ସେହିପରି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୨୦୨୧ ମସିହାରେ ବାୟୁ ପ୍ରଦୂଷଣ ହେତୁ ୮୧ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଥିଲା । ଏଥିରୁ ଆପଣ ସ୍ପଷ୍ଟ ଭାବରେ ଜାଣିପାରୁଥିବେ ଯେ ପ୍ରଦୂଷଣ କେତେ କ୍ଷତିକାରକ ।

ଯଦି ସମଗ୍ର ଦେଶ ପ୍ରଦୂଷଣ ମୁକ୍ତ ହୋଇଯାଏ ତେବେ ପ୍ରତିବର୍ଷ ପ୍ରାୟ ୯୦ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ହୋଇପାରିବ । ପରିବେଶକୁ ସଫା ରଖିଲେ ବହୁତ ପ୍ରକାର ରୋଗରୁ ଅାରୋଗ୍ୟ ମିଳିପାରିବ ଯେମିତିକି, ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ୍‌, ଡାଇରିଆ, ହଇଜା ଇତ୍ୟାଦି ।

ଏହା ବ୍ୟତୀତ ଏହି ସବୁ ରୋଗ ଛୋଟ ଛୋଟ ପିଲାମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ଦେଖାଯିବା ସହ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଯଦି ସମଗ୍ର ଦେଶ ପରିଷ୍କାର ହୋଇଯାଏ, ତେବେ ଭାରତରେ ଶିଶୁ ମୃତ ହାର ଯଥେଷ୍ଟ ହ୍ରାସ ହୋଇପାରିବ ।

ତେବେ ସବୁ ସମୟରେ ମନେ ରଖିବା ଉଚିତ୍‌ ଯେ ପରିବେଶକୁ ସଫା ସୁତୁରା ରଖିଲେ କେତେକ ରୋଗରୁ ମୁକ୍ତି ପାଇବା ସହ ଅନେକ ଲୋକଙ୍କ ଜୀବନ ମଧ୍ୟ ବଞ୍ଚିଯିବ ।ତେବେ ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ ।

Related post

Leave a Reply

Your email address will not be published. Required fields are marked *