ବଡ଼ଓଷା ପାଇଁ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର
- ରାଜ୍ୟ
- November 14, 2024
- No Comment
- 4
ଗତକାଲି ରାତ୍ରରେ ହରିହର ଭେଟ ପରେ ମଧ୍ଯ ରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ। କଳା ବଳଦ କୁ ଧଳା କରିଥିବା ବାବା ଧବଳେଶ୍ଵରଙ୍କ ଅତି ପ୍ରିୟ ପର୍ବ ବଡ଼ଓଷା ପର୍ବର ମୁଖ୍ୟ ଆକର୍ଷଣ ହେଉଛି ଏହି ଅପୂର୍ବ ଗଜଭୋଗ ଓ ତରଣ । ଏହି ଅପୂର୍ବ ଭୋଗକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ପାଇ ବେଶ୍ ଆନନ୍ଦିତ।
ବଡ଼ଓଷା ପାଇଁ ଚଳଚଞ୍ଚଳ ଧବଳେଶ୍ବର ପୀଠ। ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ଆଜି ଗଜଭୋଗ ପାଇ ବ୍ରତ ଉଦଯାପନ କରିବେ ବ୍ରତଧାରି ଭକ୍ତ ମାନେ। ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।