ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୬.୩୭% ମତଦାନ, ଆସନ୍ତା ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୬୬.୩୭% ମତଦାନ, ଆସନ୍ତା ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ

ନିର୍ବାଚନ କମିଶନଙ୍କ ରିପୋର୍ଟ ମୁତାବକ, ବାହରଗୋଡ଼ାରେ ସର୍ବାଧିକ ୭୭.୩୨% ଓ  ଜାମସେଦପୁରରେ ସର୍ବନିମ୍ନ ୫୫.୯୫%  ଭୋଟ୍‌ ପଡ଼ିଛି । ଲୋହରଦଗାରେ ୭୩.୨୧%  ଭୋଟିଂ ହୋଇଥିବା ବେଳେ ପୂର୍ବ ସିଂହଭୂମ  ଜିଲ୍ଲାର ପୋଟକା ବିଧାନସଭା ଆସନରେ ୭୨.୨୯% ମତଦାନ ହୋଇଛି । ରାଜଧାନୀ  ରାଞ୍ଚିର ମାଣ୍ଡର ଆସନରେ ୭୨.୧୩%,  ଗୁମଲା ଜିଲ୍ଲାର ସିସଇ ବିଧାନସଭା ଆସନରେ ୭୧.୨୧% ଭୋଟିଂ ହୋଇଛି ।

ଅପରାହ୍ନ  ୫ଟା ସୁଦ୍ଧା ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ  ହୋଇଥିଲା । କିଛି ବୁଥରେ ସନ୍ଧ୍ୟା ୫ଟା ପରେ ପହଞ୍ଚିଥିବା ମତଦାତାଙ୍କୁ ମତାଧିକାର ପାଇଁ  ସୁଯୋଗ ମିଳିଥିଲା । ସହରାଞ୍ଚଳ ତୁଳନାରେ  ଗ୍ରାମାଞ୍ଚଳରେ ଅଧିକ ଭୋଟ ପଡ଼ିଥିଲା ।

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ,  ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ପୂର୍ବତନ  ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ଭାରତୀୟ  କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର  ସିଂହ ଧୋନି ଏବଂ ପତ୍ନୀ ସାକ୍ଷୀ ଧୋନି ଭୋଟ୍‌  ଦେବାକୁ ରାଞ୍ଚିର ଜେଭିଏମ୍‌ ଶ୍ୟାମଳୀସ୍ଥିତ  ବୁଥ୍‌ରେ ପହଞ୍ଚିଥିଲେ । ତାଙ୍କୁ ଦେଖିବା ପାଇଁ  ପ୍ରବଳ ଭିଡ଼ ହୋଇଥିଲା ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ  ହେମନ୍ତ ସୋରେନ ପତ୍ନୀ କଳ୍ପନାଙ୍କ ସହ ଆସି  ଭୋଟ ଦେଇଥିଲେ । ପଶ୍ଚିମ ସିଂହଭୂମର  ସୋନୁଆରେ ମତଦାତାଙ୍କୁ ବୁଥ ପର୍ଯ୍ୟନ୍ତ  ନେଇଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଥିଲା । ଫଳରେ କିଛି ମତଦାତା ଆହତ ହୋଇଥିଲେ ।  ଆଜିର ମତଦାନ କୋହ୍ଲାନ ଅଞ୍ଚଳର ବଡ଼  ନେତାଙ୍କ ରାଜନୈତିକ ଭବିଷ୍ୟତ ଧାର୍ଯ୍ୟ \କରିବ । ଚମ୍ପାଇ ସୋରେନଙ୍କ ଉପରେ ସମସ୍ତଙ୍କ  ନଜର ରହିବ ।

ଓଡ଼ିଶା ରାଜ୍ୟପାଳ ରଘୁବର  ଦାସଙ୍କ ବୋହୂ ପୂର୍ଣ୍ଣିମା ଦାସ ଓ ପୂର୍ବତନ  ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପତ୍ନୀ ମୀରା ମୁଣ୍ଡାଙ୍କ  ଭାଗ୍ୟ ଏହି ପର୍ଯ୍ୟାୟରେ ନିର୍ଦ୍ଧାରଣ ହେଉଛି ।  ନଭେମ୍ବର ୨୦ରେ ବାକି ୩୮ ଆସନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ ।

Related post

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ

ଚତୁର୍ଥ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜେଏମଏମ ନେତା ହେମନ୍ତ ସୋରେନ । ରାଞ୍ଚିର ମୋରାବାଦି ଗ୍ରାଉଣ୍ଡରେ ଅପରାହ୍ନ ୪ଟା ବେଳେ ହେମନ୍ତ ସୋରେନ…
ଝାଡ଼ଖଣ୍ଡ ନିର୍ବାଚନରେ ଦବ୍‌ଦବା ଦେଖାଇଲେ  କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।

ଝାଡ଼ଖଣ୍ଡ ନିର୍ବାଚନରେ ଦବ୍‌ଦବା ଦେଖାଇଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ।

ବରିଷ୍ଠ କଂଗ୍ରେସ ନେତା ସଚିନ୍‌ ପାଇଲଟ୍‌ ଝାଡ଼ଖଣ୍ଡ କଂଗ୍ରେସର ପ୍ରଭାରୀ ଥିବା ବେଳେ ସପ୍ତଗିରି ସହପ୍ରଭାରୀ ଭାବେ କାମ କରୁଥିଲେ । ଦୀର୍ଘଦିନ ହେବ ଝାଡ଼ଖଣ୍ଡରେ ରହି ଦଳ…
ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ; ୩୮ ଆସନରେ ମତଦାନ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଙ୍କର  ହେବ ଭାଗ୍ୟ ପରୀକ୍ଷା

ଝାଡଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ; ୩୮ ଆସନରେ ମତଦାନ, ମୁଖ୍ୟମନ୍ତ୍ରୀ…

ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଝାଡ଼ଖଣ୍ଡରେ ୩୮ ଆସନରେ ପଡୁଛି ଭୋଟ୍ । ଝାଡ଼ଖଣ୍ଡ ବିଧାନସଭାର ମୋଟ୍‌ ୮୧ଟି ଆସନ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ୧୩ ତାରିଖରେ…

Leave a Reply

Your email address will not be published. Required fields are marked *