ଲିଫ୍ଟ ଆସିବା ପୂର୍ବରୁ ଖୋଲିଗଲା ଗେଟ୍, ଖସିପଡିବାରୁ ଚାପି ହୋଇ ଚାଲିଗଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ

ଲିଫ୍ଟ ଆସିବା ପୂର୍ବରୁ ଖୋଲିଗଲା ଗେଟ୍, ଖସିପଡିବାରୁ ଚାପି ହୋଇ ଚାଲିଗଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ

ମୁତାବକ, ଚେନ୍ନାଇର ତାମ୍ବରମରେ ଥିବା ଏକ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ନଟରାଜ । ରବିବାର ରାତିରେ ତାଙ୍କର ଡ୍ୟୁଟି ଥିବା ହେତୁ ସେ ଛାତର କବାଟ ବନ୍ଦ କରିବାକୁ ଯାଇଥିଲେ । କବାଟ ବନ୍ଦ କରି ଆସିବା ବେଳେ ସେ ଲିଫ୍ଟର ବଟନ ମାରିଥିଲେ । ହେଲେ ବୈଷୟିକ ତ୍ରୁଟି ଯୋଗୁଁ ଲିଫ୍ଟ ଆସିବା ପୂର୍ବରୁ ଲିଫ୍ଟର ଗେଟ ଖୋଲିଯାଇଥିଲା ।

ସେତେବେଳେ ନଟରାଜ ଭାବିଥିଲେ ଲିଫ୍ଟ ଆସିଗଲା ବୋଲି, ତେଣୁ ସେ ନ ଦେଖି ପଶିଯାଇଥିଲ । ଫଳରେ ଲିଫ୍ଟ ଉପରେ ଖସି ପଡିଥିଲେ । ଲିଫ୍ଟ ଉପରେ ଖସିପଡିବା ଯୋଗୁଁ ଲିଫ୍ଟଟି ଉପରକୁ ଆସିବା ବେଳେ ନଟରାଜ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ତାଙ୍କର ଜୀବନ ଚାଲିଯାଇଥିଲା ।

ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ପରେ ବବଚ୍ଛେଦ ପାଇଁ ପଠାଇଛି । ମୃତ ନଟରାଜ ପତ୍ନୀ ,ବଂ ଝିଅଙ୍କ ସହିତ ମାଡମ୍ବକ୍କମରେ ରହୁଥିଲେ । ପୋଲିସ ଏହି ମାମଲାରେ ତଦନ୍ତ ଜାରି ରଖିଛି ।

Related post

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା  ଜଣେ ମହିଳାଙ୍କ ଜୀବନ

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା ଜଣେ ମହିଳାଙ୍କ…

ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ । ମୋ ବସ୍ ଚକ ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ ଅନ୍ୟ । ଗତକାଲି ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ…
ମନମୋହନ ସିଂହଙ୍କ ବିୟୋଗ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ନବୀନ ପଟ୍ଟନାୟକ

ମନମୋହନ ସିଂହଙ୍କ ବିୟୋଗ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ…

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’…

Leave a Reply

Your email address will not be published. Required fields are marked *