ପୁରୁଣା ରୋଗକୁ ଦୂର କରିବାରେ ସାହାଯ୍ୟ କରେ  ସତେଜ ରୁଟି ଅପେକ୍ଷା ବାସିରୁଟି।

ପୁରୁଣା ରୋଗକୁ ଦୂର କରିବାରେ ସାହାଯ୍ୟ କରେ ସତେଜ ରୁଟି ଅପେକ୍ଷା ବାସିରୁଟି।

ସତେଜ ରୁଟି ତୁଳନାରେ ବାସିରୁଟି ପେଟକୁ ହାଲୁକା ରଖିଥାଏ । ବାସିରୁଟି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୁଏ । ଯଦି ଆପଣଙ୍କୁ ଏସିଡିଟି କିମ୍ବା ପେଟ ସମସ୍ୟା ରହିଛି ତ ବାସିରୁଟି ଖାଆନ୍ତୁ । ଏଥିରେ ଫାଇବର୍ ଥାଏ , ଯାହା ଖାଦ୍ୟକୁ ହଜମ କରାଏ ଏବଂ ପାଚନ ତନ୍ତ୍ର ସମସ୍ୟାକୁ ଦୂର କରେ । ଯଦି ଆପଣ ବ୍ୟାୟାମ କରିବାକୁ ଯାଉଛନ୍ତି ତାହେଲେ ବାସିରୁଟି ଖାଇଯାଆନ୍ତୁ ।

ଏଥିରେ ମାଂସପେଶୀ ମଜବୁତ୍ ହେବା ସହ ମଣିଷକୁ ଉର୍ଜ୍ଜା ମିଳିଥାଏ । ଏହାସହ ଶରୀରର ତାପମାନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଜିମ୍ ଯିବା ପୂର୍ବରୁ ସକାଳୁ କ୍ଷୀର ସହ ବାସିରୁଟି ଖାଆନ୍ତୁ । ଆୟୁର୍ବେଦ ଅନୁସାରେ , ବାତ-ପିତ-କଫକୁ କଣ୍ଟ୍ରୋଲ୍ କରେ ବାସିରୁଟି । ଶୁଖିଲା ବାସି ରୁଟି ଶରୀରରେ କଫକୁ ସନ୍ତୁଳନ ରଖେ ଏବଂ ଏହାର ଗରମ ପ୍ରଭାବ ବାତ ଦୋଷକୁ ସନ୍ତୁଳନ ରଖେ ।

ଡାଏବେଟିସ୍ ରୋଗୀଙ୍କୁ ସକାଳୁ ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇବା ଦରକାର । ଏଥିରେ ଶରୀରରେ ବ୍ଲଡ୍ ଗ୍ଲୁକୋଜର ସ୍ତର ନିୟନ୍ତ୍ରଣ ରହିଥାଏ । ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲରେ ରହିଥାଏ । ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସରର ଲେବଲ୍ ନିୟନ୍ତ୍ରଣରେ ରହିଥାଏ । ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ I

ବାସିରୁଟିରେ କମ୍ କ୍ୟାଲୋରୀ ଥିବାରୁ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୁଏ । ଯଦି ଆପଣ ବି ଓଜନ କମାଇବାକୁ ଚାହାଁନ୍ତି ତାହେଲେ ମଇଦା ଯୁକ୍ତ ଖାଦ୍ୟକୁ ନା କହି ବାସିରୁଟିକୁ ହଁ କହିବା ଆରମ୍ଭ କରିଦିଅନ୍ତୁ । ଶରୀର ପତଳା ଥିଲେ ବି ବାସି ରୁଟି ଖାଇବା ବହୁତ ଭଲ । ପୂର୍ବରୁ ଜେଜେମା’ , ଆଇ କହିଥିବା ଶୁଣିଥିଲେ କ୍ଷୀର , ରୁଟି ଟିକେ ଖାଉନୁ ଦେହରେ ଲାଗିବ ।

ଫାଇବର୍ ଏବଂ ପ୍ରୋଟିନରେ ଭରପୂର ଥିବା ବାସିରୁଟି ଏବଂ କ୍ଷୀର ପତଳା ଶରୀରର ଗ୍ରୋଥ୍ କରାଏ । ତେବେ ଆପଣ ବି ଯଦି ବାସିରୁଟିର ଗୁଣବତ୍ତାକୁ ନଜାଣି ଫୋପାଡ଼ି ଦେଉଥିଲେ ତାହେଲେ ସେ ଭୁଲ୍ ଆଉ କରନ୍ତୁ ନାହିଁ । ବାସିରୁଟି ଖାଆନ୍ତୁ , ଶରୀରକୁ ସୁସ୍ଥ ରଖନ୍ତୁ ।

Related post

ବାଦାମ, କାଜୁ ଠାରୁ ପିସ୍ତା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଜାଣିବା..

ବାଦାମ, କାଜୁ ଠାରୁ ପିସ୍ତା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଜାଣିବା..

ସବୁଜ ରଙ୍ଗର ଏହି ଆକର୍ଷଣୀୟ  ଡ୍ରାଏଫ୍ରୁଟ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ଗୁଣ ପାଇଁ ବେଶ୍ ଜଣାଶୂୁଣା । ଏହା କେବଳ  ଦେଖିବାକୁ ସୁନ୍ଦର  ତାହା ନୁହେଁ ବରଂ ଏହାର ନିୟମିତ…

Leave a Reply

Your email address will not be published. Required fields are marked *