ଓଡିଶା: ପାଟପୁର ଥାନା ହେଉଛି ଦେଶର  ଶ୍ରେଷ୍ଠ ଥାନା I

ଓଡିଶା: ପାଟପୁର ଥାନା ହେଉଛି ଦେଶର ଶ୍ରେଷ୍ଠ ଥାନା I

ଗଞ୍ଜାମ ଜିଲ୍ଲାର ପାଟପୁର ପୋଲିସ ଥାନା ୨୦୨୪ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ଥାନା ରୂପେ ପୁରସ୍କୃତ ହେବା ପାଇଁ ଗୃହ ବିଭାଗ ଘୋଷଣା କରିଛି । ପାଟପୁର ସହିତ ଦେଶର ଅନ୍ୟ ଦୁଇ ଥାନା ମଧ୍ୟ ପୁରସ୍କୃତ ହେବେ ବୋଲି ଗୃହ ବିଭାଗ ଘୋଷଣା କରିଛି । ଆସନ୍ତା ୨୯ ତାରିଖରେ ଲୋକ ସେବା ଭବନ ଭୁବନେଶ୍ୱରରେ ଡି.ଜି.ପି  ଏହି ସମ୍ମାନ ପ୍ରଦାନ କରିବେ । ପାଟପୁର ଥାନା ହେଉଛି ବହୁ ପୁରାତନ ଥାନା ।

ଗତ କିଛି ବର୍ଷ ଧରି ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ଅପରାଧୀମାନଙ୍କୁ ଧରିବା ଏବଂ ଥାନାକୁ ଆସିଲେ ଲୋକଙ୍କୁ ସାଙ୍ଗେ ସାଙ୍ଗେ ନ୍ୟାୟ ପ୍ରଦାନ କରିବା ସହ ଥାନା ପରିସରକୁ ସ୍ବଛତା ରଖିବାରେ ସକ୍ଷମ ହୋଇପାରିଛି ଏହି ଥାନା । ତେବେ ଜିଲ୍ଲାର ପାଟପୁର ଏବଂ ଧରାକୋଟ ଥାନା ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲା ଏବଂ ଦୁଇ ଥାନାକୁ ଗୃହ ମନ୍ତ୍ରଣାଳୟର ଏକ ଟିମ ଆସି ପରିଦର୍ଶନ କରି ଫେରିଥିଲେ ।

ତେବେ ପାଟପୁର ଥାନା ଯୋଗ୍ୟ ବିବେଚିତ ହୋଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି । ତେବେ ପୂର୍ବତନ ଥାନା ଆଇ.ଆଇ.ସି ଏବଂ ବର୍ତ୍ତମାନର ଆଇ.ଆଇ.ସିଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଂଶସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କାର୍ଯ୍ୟ ଦକ୍ଷତା ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସବୁଠାରୁ ଶ୍ରେଷ୍ଠ ଥାନା ଚୟନ କରିଥାଏ । ଗଞ୍ଜାମର ଧରାକୋଟ ଓ ପାଟପୁର ଥାନାର ସବୁ କାର୍ଯ୍ୟକୁ ଅନୁଧ୍ୟାନ କରିବାକୁ କେନ୍ଦ୍ର ଗୃହ ବିଭାଗ ଟିମ୍ ନଭେମ୍ବର ମାସରେ ଆସିଥିଲା। ଗଞ୍ଜାମ ଏସପି କହିଛନ୍ତି  ଲୋକଙ୍କ ସେବାରେ ଥାନା ସବୁବେଳେ ରହିଛି । ଏହା ସହ ବିଭିନ୍ନ କ୍ଷେତ୍ରରେ ପାଟପୁର ଥାନା କାର୍ଯ୍ୟ ଦକ୍ଷତା ଦେଖି ଏହି ପୁରସ୍କାର ଘୋଷଣା କରାଯାଇଛି । ତେଣୁ ଜିଲ୍ଲା ପାଇଁ ଏହା ଗର୍ବର ବିଷୟ ।

ପୂର୍ବରୁ ଆସିକା ଏବଂ ଗାଙ୍ଗପୁର ପୋଲିସ ଥାନା ମଧ୍ୟ ପୁରସ୍କୃତ ହୋଇଥିଲା । ତେବେ ପୁଣି ଏହି ପୁରସ୍କାର ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ପୋଲିସ ଷ୍ଟେସନକୁ ଆସିବା ପାଇଁ କିଛି ଲୋକ ଭୟ କରନ୍ତି । କିନ୍ତୁ ଏହି ଥାନାର ପରିବେଶ ସହ ପୋଲିସଙ୍କ କାର୍ଯ୍ୟ ଦକ୍ଷତା ଏତେ ସୁନ୍ଦର ଯେ ଏହା ପୁରସ୍କୃତ ହେବାକୁ ଯାଉଛି, ଯାହା ସତରେ ପ୍ରଶଂସନୀୟ ।

Related post

ମା ତାରାତାରିଣୀ ମନ୍ଦିରରୁ ହୁଣ୍ଡି ଭାଙ୍ଗିଲେ ଲୁଟେରା : ଆଜି ହେବ ମହାସ୍ନାନ

ମା ତାରାତାରିଣୀ ମନ୍ଦିରରୁ ହୁଣ୍ଡି ଭାଙ୍ଗିଲେ ଲୁଟେରା : ଆଜି ହେବ…

ଗଂଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିରରୁ ଚୋରି ଘଟଣା ପରେ ଆଜି ହେବ ମହାସ୍ନାନ। ପ୍ରଥମେ ଋଷିକୂଲ୍ୟା ନଦୀ ନିକଟରେ ଏକତ୍ରିତ ହେବେ ସେବାୟତ ପରିବାର। ନଦୀରେ…

Leave a Reply

Your email address will not be published. Required fields are marked *