ବରଗଡ଼ରୁ ଆରମ୍ଭ ହେବ ଧାନ କିଣା । କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ ।
- ରାଜ୍ୟ
- November 20, 2024
- No Comment
- 48
ବରଗଡ଼ ଜିଲ୍ଲାରୁ ଆରମ୍ଭ ହେଉଛି ଧାନ କିଣା ପ୍ରକ୍ରିୟା । ଚଳିତ ଖରିଫ ଋତୁରେ ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ଚାଷୀ । ୨୩୦୦ ଟଙ୍କା ଏମ୍ଏସପି ଓ ୮୦୦ ଟଙ୍କା ବୋନସ୍ ପାଇବେ ।
ଜିଲ୍ଲାର ଧାନ କିଣା ଦାୟିତ୍ୱରେ ଜିଲ୍ଲାପାଳ ରହିବେ । ଦୁଇ ଜିଲ୍ଲାରେ ଧାନକିଣା ଦାୟିତ୍ୱରେ ରହିବେ ଜଣେ ମନ୍ତ୍ରୀ । ଧାନର ମାନ ପରୀକ୍ଷଣ, କଟନି ଛଟନି, ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା, ବାହାର ରାଜ୍ୟ ବେପାରୀଙ୍କ ଉପରେ ରୋକ, ମଣ୍ଡିରେ ଦଲାଲି ବନ୍ଦ ଆଦି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।
ଏଥର ଧାନମଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଛି, ପ୍ୟାଡି କ୍ଲିନର, ଗ୍ରୀନ ଆନାଲାଇଜର,ତାରପୋଲିନ ବ୍ୟବସ୍ଥା ହୋଇଛି । ଚାଷୀମାନେ ମଣ୍ଡିକୁ ଆସିଲେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ସବୁଠି ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା କରିଛନ୍ତି ସରକାର । ଚଳିତ ଖରିଫ ଋତୁ ଧାନ ବିକ୍ରି ପାଇଁ ବରଗଡ଼ ଜିଲ୍ଲାରେ ୧ ଲକ୍ଷ ୫୫ ହଜାର ୩୬୬ ଚାଷୀ ପଞ୍ଜୀକୃତ ହୋଇଛନ୍ତି ।
ପ୍ରଥମ ପର୍ଯ୍ୟାୟରେ ୭୩ ଲକ୍ଷ ୫୪ ହଜାର ୩୪୭ କ୍ଵିଣ୍ଟାଲ ଧାନ କିଣିବାକୁ ଧାର୍ୟ୍ୟ ରଖାଯାଇଛି । ଅନ୍ୟପଟେ ବିଭିନ୍ନ ମଣ୍ଡିର ବ୍ୟବସ୍ଥା କେମିତି ରହିଛି ସେ ନେଇ ନିଜେ ଜିଲ୍ଲାପାଳ ବିଭିନ୍ନ ମଣ୍ଡି ବୁଲି ତଦାରଖ କରିଛନ୍ତି ।