ବିଶ୍ୱକୁ ଧମକ ଦେଲେ ପୁଟିନ !

ବିଶ୍ୱକୁ ଧମକ ଦେଲେ ପୁଟିନ !

ଏକ ରିପୋର୍ଟ ମୁତାବକ, ଯଦି କେହି ଦେଶ କୌଣସି ପରମାଣୁ ଶକ୍ତିଶାଳୀ ଦେଶ ସହ ମିଶି ରୁଷ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରେ, ତେବେ ଏହାକୁ ରୁଷ୍ ବିରୋଧରେ ଯୁଦ୍ଧ ଘୋଷଣା ବୋଲି ଧରାଯିବ । ଏପରି ସ୍ଥିତିରେ ପରମାଣୁ ଆକ୍ରମଣ କରାଯାଇପାରେ ।

ସୂଚନା ଯେ ଦୁଇ ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ବାଇଡେନ ୟୁକ୍ରେନକୁ ରୁଷ୍ ଭିତରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାରକୁ ଅନୁମତି ଦେଇଥିଲେ, ଯାହା ପରେ ପୁଟିନ ଏହି ନିଷ୍ପତ୍ତି ନେଇଛନ୍ତି । ୟୁକ୍ରେନ ଯୁଦ୍ଧର ୧୦୦୦ ଦିନ ପୂରଣ ହେବା ପରିପ୍ରେକ୍ଷୀରେ ପୁଟିନ ପରମାଣୁ ଅସ୍ତ୍ର ସହ ଜଡ଼ିତ ନୂତନ ଆଦେଶରେ ଦସ୍ତଖତ କରିଛନ୍ତି ।

ୟୁକ୍ରେନକୁ ଆର୍ମି ଟାକ୍ଟିକାଲ୍ ମିସାଇଲ୍ ସିଷ୍ଟମ୍  ବ୍ୟବହାର କରିବା ପାଇଁ ଅନୁମତି ଦେଇଛି ଆମେରିକା । ଏହି ମିସାଇଲ୍ ସିଷ୍ଟମ ୩୦୦ କିଲୋମିଟର ପର୍ଯ୍ୟନ୍ତ ସଠିକ୍ ଆକ୍ରମଣ କରିପାରିବ ।

ରୁଷର ନ୍ୟୁକ୍ଲିୟର ଡେଟେରେଣ୍ଟ ଫୋର୍ସରେ ସ୍ଥଳ, ସମୁଦ୍ର ଏବଂ ବାୟୁସେନା ଅନ୍ତର୍ଭୁକ୍ତ । ଅର୍ଥାତ୍ ଶତ୍ରୁ ଉପରେ ରୁଷ୍ ଏହି ତିନୋଟି ଜାଗାରୁ ଆକ୍ରମଣ କରିବ । ତେବେ କୌଣସି ବି ପ୍ରକାରେ ଆଉ ଯୁଦ୍ଧ ନ ହେଉ ବୋଲି ରୁଷ୍ ସମ୍ପୂର୍ଣ୍ଣ ପ୍ରୟାସ କରୁଛି । ଖାସ୍ କରି ପରମାଣୁ ଯୁଦ୍ଧ ନ ହେବାକୁ ରୁଷ ଚାହୁଁଛି । ତେଣୁ ସାରା ବିଶ୍ୱକୁ ରୁଷ୍ ଚେତାବନୀ ଦେଇଛି ଯେ ଯଦି କେହି ରୁଷ୍ ବିରୋଧରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରେ, ତା’ ହେଲେ ରୁଷ୍ ଏହା ବିରୋଧରେ ପରମାଣୁ ଅସ୍ତ୍ର ମଧ୍ୟ ବ୍ୟବହାର କରିବ ।

ଗତ ଅନେକ ଦିନରୁ ଆମେରିକା ଏବଂ ବ୍ରିଟେନ ୟୁକ୍ରେନକୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ୟବହାର ପାଇଁ ଅନୁମତି ଦେବା ଉପରେ ବିଚାର କରୁଥିଲେ । ଏହା ଉପରେ ପୁଟିନ ଚେତାବନୀ ଦେଇଥିଲେ ଯେ ଏମିତି ଅସ୍ତ୍ର ବ୍ୟବହାର ପାଇଁ ଅନୁମତି ଦେବାର ଅର୍ଥ ବୁଝାଯିବ,  ପୁଟିନ ଆହୁରି କହିଥିଲେ, ଯଦି ଏମିତି ହୁଏ, ତା’ ହେଲେ ସେମାନେ ଏହାର ଜବାବ ନିଶ୍ଚୟ ଦେବେ ।

 

Related post

ସୁନା ଦର ସ୍ଥିର ରହିଥିବାବେଳେ ବଢ଼ିଲା ରୁପା ଦର, ଜାଣନ୍ତୁ ଆଜିର ଦାମ୍

ସୁନା ଦର ସ୍ଥିର ରହିଥିବାବେଳେ ବଢ଼ିଲା ରୁପା ଦର, ଜାଣନ୍ତୁ ଆଜିର…

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା…

ଆହୁରି ୨ ଦିନ ଘନକୁହୁଡ଼ି, ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ

ଆହୁରି ୨ ଦିନ ଘନକୁହୁଡ଼ି ।  ରାଜ୍ୟରେ ଶୀତ ସାମନ୍ୟ କମିଥିବା ବେଳେ କଲବଲ କରୁଛି ଘନ କୁହୁଡ଼ି ।  ଘନ କୁହୁଡ଼ି ପାଇଁ ଯାତାୟାତ ସହ ବିମାନ ଚଳାଚଳରେ ବାଧା ସୃଷ୍ଟି ହେଉଛି ।  ଆଜି ସକାଳେ ୧୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ପ୍ରାୟ ୨ ଘଣ୍ଟା ଧରି ବିଳମ୍ବ ହୋଇଥିଲା ।  ଦିଲ୍ଲୀ, ମୁମ୍ବାଇ, ପ୍ରୟାଗରାଜ ଓ ହାଇଦ୍ରାବାଦକୁ ବିଳମ୍ବରେ ଉଡାଣ ଭରିଛନ୍ତି ବିମାନ ।  ଯାତ୍ରା ସମୟ ବଦଳି ଯାଇଥିବାର ରାଜ୍ୟ ବାହାରକୁ ଯାଉଥିବା ଯାତ୍ରୀ ସମସ୍ୟାର ସାମନା କରିଛନ୍ତି ।
ସାବଧାନ ! ରୁଟି କ୍ୟାନ୍ସର ରୋଗର ବଡ଼ କାରଣ ! କେଉଁ ଅଟାର ରୁଟି ଶରୀର ପାଇଁ ଉପଯୁକ୍ତ ଜାଣନ୍ତୁ

ସାବଧାନ ! ରୁଟି କ୍ୟାନ୍ସର ରୋଗର ବଡ଼ କାରଣ ! କେଉଁ…

ଦୀର୍ଘ ସମୟ ଧରି ଅପମିଶ୍ରିତ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରରେ କୋଷଗୁଡ଼ିକର ବୃଦ୍ଧି ହୁଏ ଯାହା କର୍କଟ ରୋଗ ଭଳି ଗମ୍ଭୀର ରୋଗର କାରଣ ହୋଇପାରେ ।…

Leave a Reply

Your email address will not be published. Required fields are marked *