ବାଦାମ, କାଜୁ ଠାରୁ ପିସ୍ତା ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ, ଜାଣିବା..
- ଜୀବନ ଶୈଳୀ
- November 21, 2024
- No Comment
- 2
ସବୁଜ ରଙ୍ଗର ଏହି ଆକର୍ଷଣୀୟ ଡ୍ରାଏଫ୍ରୁଟ ପ୍ରାକୃତିକ ଆଣ୍ଟିଅକ୍ସିଡେଣ୍ଟ ଗୁଣ ପାଇଁ ବେଶ୍ ଜଣାଶୂୁଣା । ଏହା କେବଳ ଦେଖିବାକୁ ସୁନ୍ଦର ତାହା ନୁହେଁ ବରଂ ଏହାର ନିୟମିତ ସେବନ ଦ୍ୱାରା ଶରୀରକୁ ଅନେକ ପ୍ରକାର ଲାଭ ମିଳିଥାଏ । ପ୍ରତ୍ୟେକ ଦିନ ମୁଠାଏ ପିସ୍ତା ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟରେ ଅନେକ ଉନ୍ନତି ଆସି ପାରେ । ପିସ୍ତାରେ ଫାଇବରର ମାତ୍ରା ଅଧିକ ଥାଏ । ଯାହା ପାଚନ ତନ୍ତ୍ରକୁ ଉତ୍ତମ ରଖିବା ସହ ହଜମ ପ୍ରକ୍ରିୟାକୁ ସହଜ କରିଥାଏ ।
ଗ୍ୟାସ୍ ସମସ୍ୟାରୁ ଦିଏ ମୁକ୍ତି
କୋଷ୍ଠକାଠିନ୍ୟ କିମ୍ବା ଗ୍ୟାସ୍ ସମସ୍ୟା , ମୁଣ୍ଡ ବ୍ୟଥା ଭଳି ସମସ୍ୟା ଥିବା ଲୋକଙ୍କ ପାଇଁ ପିସ୍ତା ଲାଭଦାୟକ ପ୍ରମାଣିତ ହୋଇପାରେ । ପ୍ରତ୍ୟେକ ଦିନ ଏହାର ସେବନ ଦ୍ୱାରା ଏହି ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ।
ଆଖିର ଜ୍ୟୋତି ପାଇଁ ଲାଭଦାୟକ
ପିସ୍ତାରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ଥାଏ । ଯାହା ଆଖିକୁ ନୀଳ ରଙ୍ଗର ଜ୍ୟୋତି ଠାରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
ହାର୍ଟକୁ ସୁସ୍ଥ ରଖିବାରେ ସହାୟକ
ପିସ୍ତାରେ ମୋନୋଅନସେଚୁରେଟେଡ ଥାଏ । ଯାହା ହାର୍ଟ ପାଇଁ ଖୁବ ଲାୟଦାୟକ ହୋଇଥାଏ । ଏହା ଖରାବ କୋଲେଷ୍ଟ୍ରାଲକୁ କମ୍ କରିବା ସହ ଭଲ କୋଲେଷ୍ଟ୍ରାଲକୁ ବୃଦ୍ଧି କରିଥାଏ । ନିୟମିତ ପିସ୍ତା ଖାଇବା ଦ୍ୱାରା ହାର୍ଟ ସହିତ ଯଡିତ ସମସ୍ୟା କମ ହୋଇଥାଏ ।
ଓଜନ କମାଇବାରେ ସହାୟକ
ଯଦି ଆପଣ ଶରିରର ଓଜନ କମ କରିବାକୁ ଚାହଁଉନ୍ତି ତେବେ ଏଥିପାଇଁ ପିସ୍ତା ଉତ୍ତମ ମାଧ୍ୟମ । କାରଣ ଏଥିରେ କମ କ୍ୟାଲୋରୀ ଏବଂ ଅଧିକ ପ୍ରୋଟିନ୍ ଏବଂ ଫାଇବର ରହିଥାଏ । ଯାହା ଭୋକକୁ ନିୟନ୍ତ୍ରିତ କରିଥାଏ । ଆଉ ଲମ୍ବା ସମୟ ପର୍ଯ୍ୟନ୍ତ ପେଟ ଭରିଲା ଭଳି ଅନୁଭବ କରାଇଥାଏ । ଏହାଦ୍ୱାରା ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସରୁ ମୁକ୍ତି କରିଥାଏ ।
ତ୍ୱଚାକୁ ଚିକଣ କରିବାରେ ସହାୟକ
ପିସ୍ତାରେ ଭିଟାମିନ ଇ’ ଏବଂ ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ମାତ୍ରାରେ ମିଳିଥାଏ । ଯାହା ତ୍ୱଚାକୁ ସୁସ୍ଥ ଏବଂ ଉଜ୍ୱଳ ରଖିବାରେ ସହାୟକ ହୋଇଥାଏ । ଚର୍ମର ଆର୍ଦ୍ରତା ବଜାୟ ରଖିବା ସହ ଅକାଳ ବୃଦ୍ଧାବସ୍ଥାର ଲକ୍ଷଣକୁ ରୋକିଥାଏ ।
ଇମ୍ୟୁନିଟିକୁ ମଜଭୁତ କରେ
ପିସ୍ତାରେ ଭିଟାମିନ୍ ବି- ୬ ଏବଂ ଅନ୍ୟ ପୋଷଣ ତତ୍ତ୍ୱ ଥାଏ । ଯାହା ଶରୀରର ଇମ୍ୟୁନିଟିକୁ ମଜଭୁତ କରିଥାଏ । ଏଥରୁ ରୋଗ ସହ ଳଢିବା ପାଇଁ ଶକ୍ତି ବଢିଥାଏ । ଆଉ ଶରିରକୁ ସୁସ୍ଥ ରଖିବାର ସହାୟକ ହୋଇଥାଏ । ତେବେ ଏହାତ ଥିଲା ମାତ୍ର ସସ୍ୟକ ସୂଚନା । କିନ୍ତୁ ଯେକୌଣସି ଜିନିଷ ଖାଇବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଆଉ ନିଶ୍ଚିତରେ ସେବନ କରନ୍ତୁ ।