ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ବୁମରାଙ୍କୁ ୫ ଓ୍ୱିକେଟ୍ I

ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ୍ ବୁମରାଙ୍କୁ ୫ ଓ୍ୱିକେଟ୍ I

ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆର ଦମଦାର ବୋଲିଂ ଆଟାକ୍ ଆଗରେ ମୁଣ୍ଡ ନୁଆଁଇଛି ଅଷ୍ଟ୍ରେଲିଆ । ତେବେ ଦଳ ଭାରତ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇଂନିସରେ କେବଳ  ୧୦୪  ରନରେ ଅଲଆଉଟ୍ ହେଇଯାଇଛି । ଭାରତ ପକ୍ଷରୁ ଦ୍ରୁତ ବୋଲର ତଥା ଅଧିନାୟକ ଜଶପ୍ରୀତ ବୁମରା ୫ ଓ୍ୱିକେଟ୍ ସଫଳତା ପାଇଛନ୍ତି । ଏହାବାଦ୍ ମହମ୍ମଦ ସିରାଜଙ୍କୁ ୨ଟି ଓ୍ୱିକେଟ୍ ଏବଂ ହର୍ଷିତ ରାଣାଙ୍କୁ ମିଳିଛି ୩ଟି ଓ୍ୱିକେଟ୍ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ହେଲେ ଦଳ ମାତ୍ର ୧୫୦ ରନରେ ଅଲଆଉଟ୍ ହେଇଯାଇଥିଲା । କେବଳ ନୀତିଶ ରେଡ୍ଡୀ, କେ ଏଲ ରାହୁଲ ଏବଂ ରିଷଭ ପନ୍ତଙ୍କୁ ଛାଡିଦେଲେ, ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ ରନ୍ ବି ଟପିପାରିନଥିଲେ । ଏହି ତିନି ଖେଳାଳି କେବଳ କିଛି ଆଖିଦୃଶିଆ ସଟ୍ ଖେଳିଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ବୋଲର ଜୋସ୍ ହେଜେଲଉଡ୍ ୪ଟି ଓ୍ୱିକେଟ୍ ସଫଳତା ପାଇଥିବାବେଳେ, ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ମିଚେଲ ମାର୍ଶ ୨ଟି ଲେଖାଏଁ ସଫଳତା ପାଇଥିଲେ । ଭାରତ ପକ୍ଷରୁ ନବାଗତ ଅଲରାଉଣ୍ଡର ନୀତିଶ ରେଡ୍ଡୀ ସର୍ବାଧିକ ୪୧ ରନ୍ କରିଥଲେ । ତାଙ୍କ ପଛକୁ ରିଷଭ ପନ୍ତ କେବଳ ୩୭ ରନ୍ କରିପାରିଥିଲେ ।

Related post

ବର୍ଡର-ଗାଭାସ୍କର ଟ୍ରଫି: ଭାରତ ବିଜୟ ଧାରା ବଜାୟ ରଖିବ ନା ଅଷ୍ଟ୍ରେଲିଆ

ବର୍ଡର-ଗାଭାସ୍କର ଟ୍ରଫି: ଭାରତ ବିଜୟ ଧାରା ବଜାୟ ରଖିବ ନା ଅଷ୍ଟ୍ରେଲିଆ

ପର୍ଥରେ ଖେଳାଯିବ ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । କ୍ୟାପଟେନ୍ ରୋହିତ ଶର୍ମା, ଓପନର ଶୁବମନ ଗିଲ ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ…
ପ୍ରଥମ ଟେଷ୍ଟ : ଦ୍ବିତୀୟ ପାଳିରେ ଭାରତ-ନ୍ୟୁଜିଲାଣ୍ଡ କଡା ଟକ୍କର

ପ୍ରଥମ ଟେଷ୍ଟ : ଦ୍ବିତୀୟ ପାଳିରେ ଭାରତ-ନ୍ୟୁଜିଲାଣ୍ଡ କଡା ଟକ୍କର

ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ଭାରତୀୟ ବାଟିଂ ଦୁର୍ଗକୁ ଧରାଶାୟୀ କରିବା ପରେ ରଚିନ ରବୀନ୍ଦ୍ରଙ୍କ ଶତକ ବଳରେ ୪୦୨ ରନ୍ କରିଥିଲା । ରବୀନ୍ଦ୍ର ୧୫୭ ବଲରେ ୧୩୪…

Leave a Reply

Your email address will not be published. Required fields are marked *