ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ
- ଦେଶ ବିଦେଶରାଜନୀତି
- November 23, 2024
- No Comment
- 6
ଆଜି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳ । ଏହା ସହ ୪୮ ବିଧାନସଭା ଆସନ, ୨ ଲୋକସଭା ଆସନର ଉପନିର୍ବାଚନ ଫଳ ବି ଆସିବ । ୨ ଲୋକସଭା ଆସନ ହେଲା କେରଳର ଓ୍ବାୟନାଡ ଓ ମହାରାଷ୍ଟ୍ରର ନାନ୍ଦେଡ । ମହାରାଷ୍ଟ୍ରର ୨୮୮ ଆସନ ଲାଗି ଗତ ୨୦ରେ ସରିଥିଲା ଭୋଟ । ଝାଡଖଣ୍ଡରେ ୮୧ ଆସନ ଲାଗି ଦୁଇ ପର୍ଯ୍ୟାୟରେ ହୋଇଥିଲା ଭୋଟ ।
ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାଓ୍ବାରଙ୍କ ଭାଗ୍ଯ ପାଇବ ପ୍ରକାଶ । ସେହିପରି ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ, ଓ୍ବାୟନାଡ ଲୋକସଭା ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧିଙ୍କ ଭାଗ୍ଯ ପ୍ରକାଶ ପାଇବ । ଏକଜିଟ ପୋଲ ଅନୁସାରେ ମହାରାଷ୍ଟ୍ରରେ ମହାୟୁତି ପୁଣି କ୍ଷମତାକୁ ଆସିବ । ଝାଡ଼ଖଣ୍ଡରେ ଏନଡିଏ କିମ୍ବା ଇଣ୍ଡିଆ ମେଣ୍ଟ- କାହାରିକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ନାହିଁ ।
ସେପଟେ ଓ୍ବାୟନାଡ ଆସନ ଲାଗି ରହିଛି ନଜର । କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧି ଓ ବିଜେପିର ନବ୍ଯା ହରିଦାସଙ୍କ ମଧ୍ଯରୁ କିଏ ପିନ୍ଧିବେ ମୁକୁଟ- ତାହାକୁ ନେଇ ସସପେନ୍ସ । ଚଳିତ ଥର ବରହେଟରୁ ଲଢୁଛନ୍ତି ଝାଡଖଣ୍ଡ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନ । କୋପରି ପଚାପଖାଡିରୁ ଲଢୁଛନ୍ତି ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ । ମହାରାଷ୍ଟ୍ରରେ ୬୫.୨ ପ୍ରତିଶତ ମତଦାନ ହୋଇଥିବାବେଳେ ଝାଡଖଣ୍ଡରେ ୬୭.୫୯ ପ୍ରତିଶତ ମତଦାନ ହୋଇଥିଲା ।