ଚଣ୍ଡିଖୋଲରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ. ଜଣେ ମୃତ ୩ ଗୁରୁତର

ଚଣ୍ଡିଖୋଲରେ ଡମ୍ପରକୁ ପିଟିଲା ଆମ୍ବୁଲାନ୍ସ. ଜଣେ ମୃତ ୩ ଗୁରୁତର

ଯାଜପୁର ଜିଲ୍ଲା NH 16 ଚଣ୍ଡିଖୋଲ ଛକ ନିକଟସ୍ଥ ନେଉଳପୁର ରେଲୱେ ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଗୁରୁତର ଆହତ ସମସ୍ତେ ପଶ୍ଚିମବଙ୍ଗ ମେଦିନପୁର ଅଂଚଳର ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଯାଉଥିବା ବେଳେ ନେଉଳପୁର ରେଲୱେ ଓଭରବ୍ରିଜ ପାଖରେ ଛିଡା ହୋଇଥିବା ଏକ ଡମ୍ଫରକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ସହ ଚାରି ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ହୋଇଛନ୍ତି।

ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଂଚି ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ଡ୍ରାଇଭରର ଆଖି ଲାଗି ଯାଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Related post

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା  ଜଣେ ମହିଳାଙ୍କ ଜୀବନ

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା ଜଣେ ମହିଳାଙ୍କ…

ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ । ମୋ ବସ୍ ଚକ ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ ଅନ୍ୟ । ଗତକାଲି ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ…
ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ।

ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା ।

ରାଜ୍ୟରେ ବଢ଼ି ଚାଲିଛି ସଡ଼କ ଦୁର୍ଘଟଣା । ପ୍ରତିବର୍ଷ ଦୁର୍ଘଟଣା ହାର ବଢ଼ି ବଢ଼ି ଚାଲିଛି । ଚଳିତ ବର୍ଷ ପ୍ରଥମ ୬ମାସରେ ୬ ହଜାରରୁ ଅଧିକ ଦୁର୍ଘଟଣା…
ଭୁବନେଶ୍ୱର : ଦୁଇ ଜଣଙ୍କ ଉପରେ ଚଢ଼ିଗଲା ମୋ ବସ୍

ଭୁବନେଶ୍ୱର : ଦୁଇ ଜଣଙ୍କ ଉପରେ ଚଢ଼ିଗଲା ମୋ ବସ୍

ମୋ ବସ୍ ଦୁର୍ଘଟଣାରେ ୨ ଗୁରୁତରଙ୍କ ମଧ୍ୟରୁ ଯୁବତୀଙ୍କ ହାତ ଉପରେ ବସ୍‌ ଚଢିଯିବାରୁ ତାଙ୍କ ହାତ କଟି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର ଯୁବତୀ ଓ…

Leave a Reply

Your email address will not be published. Required fields are marked *