ସମ୍ବଲପୁର ପୁଲିସ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ସଞ୍ଜୀବ ଗୋଡ ରେ ଲାଗିଲା ଗୁଳି

ସମ୍ବଲପୁର ପୁଲିସ୍‌ର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ସଞ୍ଜୀବ ଗୋଡ ରେ ଲାଗିଲା ଗୁଳି

ଏସ୍‌ପି ଶ୍ରୀ ଭାମୂ କହିଛନ୍ତି, ଗତ ନଭେମ୍ବର ୨୨ରେ ଚାରମାଳ  ଥାନା ଅଞ୍ଚଳରେ ବଡ଼ଧରଣର ଡକାୟତି  ହୋଇଥିଲା । ଏହି ମାମଲାରେ ୪ ଜଣଙ୍କୁ  ଗିରଫ କରାଯାଇଥିଲା । ଡକାୟତି ଘଟଣାର  ମାଷ୍ଟରମାଇଣ୍ଡ୍‌ ସଞ୍ଜୀବ ଫେରାର ଥିଲା ।  ରେଙ୍ଗାଲି ଥାନାଞ୍ଚଳରେ ସଞ୍ଜୀବ ବୁଲୁଥିବା ସୂଚନା ପାଇ ପୁଲିସ୍‌ ଛକି ରହିଥିଲା । ଦୁଇ ଘଣ୍ଟାର ଅପେକ୍ଷା ପରେ ଏକ  ବାଇକ୍‌ରେ ଆସୁଥିବା ସଞ୍ଜୀବ୍‌କୁ ପୁଲିସ୍‌ ଗୋଡ଼ାଇଥିଲା ।

ଚେତାବନୀ ଦେବା  ସତ୍ତେ୍ୱ ସେ ଅଟକି ନ ଥିଲା । ଓଲଟି ଗାଡ଼ିରୁ ଓହ୍ଲାଇ ପୁଲିସ୍‌କୁ ୩ ରାଉଣ୍ଡ  ଗୁଳିମାଡ଼ କରିଥିଲା । ଜବାବରେ ପୁଲିସ୍‌ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା ।  ୨ ରାଉଣ୍ଡ ଗୁଳିରୁ ଗୋଟିଏ ସଞ୍ଜୀବର ଡାହାଣ ଗୋଡ଼ରେ ବାଜିଛି । ଗୁରୁତର  ଅବସ୍ଥାରେ ତାକୁ ପ୍ରଥମେ ରେଙ୍ଗାଲି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ଭିମ୍‌ସାରକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଦ୍ଦାନ୍ତ ସଞ୍ଜୀବ ନାଁରେ ବିଭିନ୍ନ ଥାନାରେ ୨୩ ମାମଲା ରହିଛି । ଝାରସୁଗୁଡ଼ା ଓ ସୁନ୍ଦରଗଡ଼  ଜିଲ୍ଲାରେ ସଞ୍ଜୀବ ଅପରାଧ ସିଣ୍ଡିକେଟ୍‌ ଚଳାଇଥିଲା । ଝାରସୁଗୁଡ଼ାରେ ଅପରାଧର କାୟା ବିସ୍ତାର କରିଥିବା ସଞ୍ଜୀବ ଗୋଷ୍ଠୀ ଗତ ନଭେମ୍ବର ୨୨ ରାତିରେ  ଚାରମାଳଠାରେ ନିର୍ମାଣାଧୀନ ଗ୍ରୀଡ୍‌ରୁ ବିପୁଳ  ପରିମାଣର ବୈଦ୍ୟୁତିକ ଉପକରଣ ଚୋରି କରିଥିଲେ । ସମ୍ବଲପୁର ଏସ୍‌ପିଙ୍କ ନେତୃତ୍ୱରେ ଏହି ଗୋଷ୍ଠୀର  ୪ ଜଣଙ୍କୁ ଗିରଫ କରାଯାଇଥିଲା । ସଞ୍ଜୀବ ପୁଲିସ୍‌ ପଞ୍ଝାରେ ପଡ଼ିବା ପରେ ଆଲୁମିନିୟମ୍‌ ତାର ଚୋରି  ସିଣ୍ଡିକେଟ୍‌ର ଗୁମର ଖୋଲିବ ବୋଲି ପୁଲିସ୍‌ କହିଛି ।

Related post

ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ ଗିରଫ I

ସମ୍ବଲପୁର : ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀ…

ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା ।ଏସିଏଫ ରେବତୀ ରମଣ…
ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ

ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ

ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆ ୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ସୁରେଶ ପାଣିଗ୍ରାହୀଙ୍କୁ କରାଯିବ କୋର୍ଟ…
ମହିଳାଙ୍କ ଭିଡିଓ ଭାଇରାଲ କରୁଥିଲେ ପୁରୀରେ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ

ମହିଳାଙ୍କ ଭିଡିଓ ଭାଇରାଲ କରୁଥିଲେ ପୁରୀରେ ଅଭିଯୁକ୍ତକୁ ମାଡ଼ି ବସିଲା ପୋଲିସ

ରେଢ଼ାଖୋଲ ଅଞ୍ଚଳର ଭିଡିଓ ଭାଇରାଲ ଘଟଣା । ଅଭିଯୁକ୍ତ ଯୁବକଙ୍କୁ ପୁରୀରୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଯୁବକ ଚାରମାଳ ଥାନା ରାଶିବେଡ଼ା ଗାଁର ଅଜିତ ପ୍ରଧାନ…

Leave a Reply

Your email address will not be published. Required fields are marked *