ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ କଲ୍‌, ତଦନ୍ତ କରୁଛି ପୋଲିସ

ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ କଲ୍‌, ତଦନ୍ତ କରୁଛି ପୋଲିସ

ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଏନେଇ ପୋଲିସ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ଅନୁସାରେ, ଜଣେ ସନ୍ଦିଗ୍ଧ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଫୋନ୍‌ କରି ଧମକ ଦେଇଛି । ଏହା ବ୍ୟତୀତ ସେ ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅଭଦ୍ର ଭାଷାର ପ୍ରୟୋଗ କରିଛି । ଏହି କଲ୍‌ ମିଳିବା ପ‌ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପୋଲିସ ଅଧିକାରୀଙ୍କୁ ଏନେଇ ଖବର ଦିଆଯାଇଛି।

ପଓ୍ବନ କଲ୍ୟାଣଙ୍କ ଦଳ ଜନସେନା ପାର୍ଟି ଏକ୍ସରେ ଏକ ପୋଷ୍ଟ କରିଛି । ଏଥିରେ ଲେଖାଅଛି, ‘ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣଙ୍କ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ କଲ ଆସିଛି । ଅଜଣା ବ୍ୟକ୍ତି କଲ କରି ପଓ୍ବନ କଲ୍ୟାଣଙ୍କୁ ହତ୍ୟା କରିବାକୁ ଧମକ ଦେଇଛି । ପଓ୍ବାନ କଲ୍ୟାଣଙ୍କୁ ଟାର୍ଗେଟ ଅଜଣା ବ୍ୟକ୍ତି ଅଭଦ୍ର ଭାଷାର ବ୍ୟବହାର କରିଛି ।’

ପୋଲିସର ସୂଚନା ଅନୁଯାୟୀ, ମାମଲାର ତଦନ୍ତ କରାଯାଉଛି । କିଏ କଲ୍‌ କରିଥିଲା ସେନେଇ ଜଣାପଡ଼ି ନାହିଁ । ଧମକ ଦେଇଥିବା ଲୋକର କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି ଏବଂ ତାକୁ ଟ୍ରେସ୍‌ କରିବାକୁ ଚେଷ୍ଟା କରାଯାଉଛି । ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

Related post

Leave a Reply

Your email address will not be published. Required fields are marked *