
ଦୁଇ ଦିନିଆ କୁଏତ ଗସ୍ତରେ ମୋଦି: ଫୋକସରେ ପ୍ରତିରକ୍ଷା ଓ ବାଣିଜ୍ୟ
- ଦେଶ ବିଦେଶ
- December 21, 2024
- No Comment
- 20
କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଦୁଇ ଦିନିଆ ଗସ୍ତ ଅବସରରେ ଫୋକସରେ ପ୍ରତିରକ୍ଷା ଓ ବାଣିଜ୍ୟିକ କାରବାର ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ରହିବ । ଗଲଫ କଫ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଭାରତୀୟ ସମୁଦାୟକୁ ମଧ୍ୟ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି ।
୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି । କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି । ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ସହ ଚୁକ୍ତି ସ୍ବାକ୍ଷରିତ ହେବ ।
ସେହିପରି ଭାରତ ଏବଂ ଗଲଫ କୋଅପରେସନ କାଉନସିଲ-GCC ମଧ୍ୟରେ ସଂପର୍କକୁ ଆହୁରି ମଜଭୁତ କରିବ ବୋଲି ଆଶା ରହିଛି । ଜିସିସିରେ ୟୁଏଇ, ବାହାରିନ, ସାଉଦ ଆରବ, ଓମାନ, କତାର ଓ କୁଏତ ସଦସ୍ୟ ଅଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷରେ ଜିସିସି ସହ ଭାରତର ମୋଟ ବାଣିଜ୍ୟ କାରବାର ହେଉଛି ୧୮୪.୪୬ ବିଲିଅନ ଆମେରିକୀୟ ଡଲାର । ଏଥିସହ ଜିସିସିର ବର୍ତ୍ତମାନ ଅଧ୍ୟକ୍ଷ କୁଏତ ରହିଛି ।