ମନମୋହନ ସିଂହଙ୍କ ବିୟୋଗ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ନବୀନ ପଟ୍ଟନାୟକ

ମନମୋହନ ସିଂହଙ୍କ ବିୟୋଗ: ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ନବୀନ ପଟ୍ଟନାୟକ

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଲେଖିଛନ୍ତି ଯେ, ସ୍ୱର୍ଗତ ସିଂହ ଦେଶର ଜଣେ ମହାନ ବରପୁତ୍ର ଥିଲେ । ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦ କ୍ଷତା ପାଇଁ ସାରା ବିଶ୍ୱରେ ସମ୍ମାନର ଅଧିକାରୀ ହୋଇପାରିଥିଲେ ।

ଅର୍ଥମନ୍ତ୍ରୀ ଭାବେ ଦେଶରେ ଅର୍ଥନୀତିକୁ ନୂଆ ଦିଗ ଦେଇଥିଲେ । ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥିଲା । ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼କ୍ଟର ମନମୋହନ ସିଂହଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ସ୍ବର୍ଗତ ସିଂହ ଙ୍କୁ ଜଣେ ଦକ୍ଷ ପ୍ରଶାସକ, ପାର୍ଲିଆମେଣ୍ଟାରିଆନ ଓ ଯଶସ୍ବୀ ଅର୍ଥନୀତିଜ୍ଞ ଭାବରେ ବର୍ଣ୍ଣନା କରିଛନ୍ତି ।  ଦେଶର ଅର୍ଥନୈତିକ ସଂସ୍କାରର ସେ ଥିଲେ ସୂତ୍ରଧର ଯାହାକି ଭାରତୀୟଙ୍କ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରିଛନ୍ତି ।

ଏବଂ ଭାରତକୁ ବିଶ୍ୱ ର ଏକ ପ୍ରମୁଖ ଆର୍ଥିକ ଶକ୍ତି ଭାବରେ ଗଢି ତୋଳିଛନ୍ତି । ନମ୍ରତା ଓ ବିଦବତ୍ତା ଡ଼କ୍ଟର ସିଂହଙ୍କ ବ୍ୟକ୍ତିତ୍ୱର ଉଜ୍ଜଳ ତମ ଦିଗ ଥିଲା । ତାଙ୍କର ବିୟୋଗରେ ଦେଶ ଜଣେ ମହାନ ବିଭୁତିଙ୍କୁ ହରାଇଲା ବୋଲି ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରି ଡ଼କ୍ଟର ସିଂହ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ନବୀନ ପଟ୍ଟନାୟକ ସ୍ବର୍ଗତ ସିଂହଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

Related post

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା  ଜଣେ ମହିଳାଙ୍କ ଜୀବନ

ରାଜଧାନୀରେ ପୁଣି ମୋ ବସ୍ ଚକା ତଳେ ଚାଲିଗଲା ଜଣେ ମହିଳାଙ୍କ…

ରାଜଧାନୀରେ ପୁଣି ମୋ ବସ୍ ଆତଙ୍କ । ମୋ ବସ୍ ଚକ ତଳେ ଚାଲିଗଲା ଜଣେ ମହିଳାଙ୍କ ଜୀବନ ଅନ୍ୟ । ଗତକାଲି ତମାଣ୍ଡୋ ଥାନାର ଓଭରବ୍ରିଜ ତଳେ…
ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି : କଳା ବ୍ୟାଣ୍ଡ ପିନ୍ଧି ପଡିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି

ମେଲବର୍ଣ୍ଣରେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି : କଳା ବ୍ୟାଣ୍ଡ ପିନ୍ଧି ପଡିଆକୁ ଓହ୍ଲାଇଲେ…

ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ । ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ଦୃଢ ପ୍ରଦର୍ଶନ କରିଛି। ପ୍ରଥମ ଦିନର…
ଲିଫ୍ଟ ଆସିବା ପୂର୍ବରୁ ଖୋଲିଗଲା ଗେଟ୍, ଖସିପଡିବାରୁ ଚାପି ହୋଇ ଚାଲିଗଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ

ଲିଫ୍ଟ ଆସିବା ପୂର୍ବରୁ ଖୋଲିଗଲା ଗେଟ୍, ଖସିପଡିବାରୁ ଚାପି ହୋଇ ଚାଲିଗଲା…

ମୁତାବକ, ଚେନ୍ନାଇର ତାମ୍ବରମରେ ଥିବା ଏକ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ନଟରାଜ । ରବିବାର ରାତିରେ ତାଙ୍କର ଡ୍ୟୁଟି ଥିବା ହେତୁ ସେ ଛାତର…

Leave a Reply

Your email address will not be published. Required fields are marked *