ଟ୍ରମ୍ପଙ୍କ ଗାଜା ଦଖଲ ଯୋଜନାକୁ ନେଇ ଚକିତ ବିଶ୍ବ, ଜରୁରୀ ‘ଆରବ ଶିଖର ସମ୍ମିଳନୀ’ ଡାକିଲା ଇଜିପ୍ଟ

ଟ୍ରମ୍ପଙ୍କ ଗାଜା ଦଖଲ ଯୋଜନାକୁ ନେଇ ଚକିତ ବିଶ୍ବ, ଜରୁରୀ ‘ଆରବ ଶିଖର ସମ୍ମିଳନୀ’ ଡାକିଲା ଇଜିପ୍ଟ

ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଜାରି ଯୁଦ୍ଧ ବିରତି ମଧ୍ୟରେ ଗାଜାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବି ଭୟ ବଢ଼ାଇ ଦେଇଛି । ଗାଜାକୁ କିଣିବେ ଏବଂ ଏହାର ମାଲିକାନା ହାତେଇବାକୁ ଆମେରିକା ପ୍ରତିଶ୍ରୁତିବଦ୍ଧ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଗାଜାକୁ କବଜା କରିବା ନେଇ ଟ୍ରମ୍ପଙ୍କ ଯୋଜନା ଶୁଣିବା ପରେ ଆମେରିକା ସହଯୋଗୀ ଦେଶଙ୍କ ସମେତ ପାଲେଷ୍ଟାଇନ୍‌ ସମର୍ଥକମାନେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ।

ଟ୍ରମ୍ପଙ୍କ ଏପରି ଉଦ୍ଦେଶ୍ୟ ଜାଣିବା ପରେ, ପାଲେଷ୍ଟାଇନର ପଡ଼ୋଶୀ ଦେଶ ଇଜିପ୍ଟ ଗାଜା ପ୍ରସଙ୍ଗରେ ଏକ ଜରୁରୀକାଳୀନ ଆରବ ସମ୍ମିଳନୀ ଡାକିଛି । ଏହି ବୈଠକରେ ସମସ୍ତ ଦେଶ ଏକାଠି ଟ୍ରମ୍ପଙ୍କ ଗାଜା ଦଖଲ ଯୋଜନାକୁ ବିରୋଧ କରିପାରିବେ ।

ଗାଜା ପଟିରୁ ପାଲେଷ୍ଟାଇନ ନାଗରିକମାନଙ୍କୁ ସ୍ଥାନାନ୍ତର କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଇଜିପ୍ଟ ଫେବ୍ରୁଆରୀ ୨୭ରେ “ନୂଆ ଏବଂ ଭୟଙ୍କର ଘଟଣା” କାର୍ଯ୍ୟକ୍ରମର ଆୟୋଜନ କରିବ । ଗତ ସପ୍ତାହରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ହ୍ୱାଇଟ୍ ହାଉସ୍ ବୈଠକରେ ଟ୍ରମ୍ପ୍ ଦେଇଥିବା ଏହି ପରାମର୍ଶ ୱାଶିଂଟନର ପ୍ରମୁଖ ସହଯୋଗୀ ଇଜିପ୍ଟ, ଜୋର୍ଡାନ ଏବଂ ସାଉଦି ଆରବକୁ ବ୍ୟଥିତ କରିଥିଲା ।

ଗାଜାରେ ଥିବା ୧୮ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଏବଂ ଆମେରିକା ଏହି ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଟ୍ରମ୍ପଙ୍କ ଦାବିକୁ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଅଲ-ସିସି ଏବଂ ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟ ପ୍ରତ୍ୟାଖ୍ୟାନ କରିଛନ୍ତି । କିନ୍ତୁ ଟ୍ରମ୍ପ ଦାବି କରିଛନ୍ତି ଯେ, ସେମାନେ ଶେଷରେ ଏହାକୁ ଗ୍ରହଣ କରିନେବେ।

ଗାଜାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ନୂତନ ଓ ବିପଜ୍ଜନକ ବୋଲି ଇଜିପ୍ଟ କହିଛି । ଆମେରିକାର ଏହି ନିଷ୍ପତ୍ତିକୁ ବିରୋଧ କରିବା ଲାଗି ଇଜିପ୍ଟ ଶିଖର ସମ୍ମିଳନୀର ଆୟୋଜନ କରିବାକୁ ଯାଉଛି । ଏହି ବୈଠକରେ ଗାଜା କବଜା ନୀତିକୁ ବିରୋଧ କରୁଥିବା ଦେଶ ଅଂଶଗ୍ରହଣ କରିବେ । ସେପଟେ ଆମେରିକାରେ ଦ୍ବିତୀୟ ଥର ରାଷ୍ଟ୍ରପତି ଭାବରେ ଶପଥ ନେଇଥିବା ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ବିଶ୍ବକୁ ଚକିତ କରୁଛି ।

Related post

ଟ୍ରମ୍ପଙ୍କ ୫୦% ଟାରିଫ ବୃଦ୍ଧି ଧମକରେ ଓହରିବ କି ଚୀନ?

ଟ୍ରମ୍ପଙ୍କ ୫୦% ଟାରିଫ ବୃଦ୍ଧି ଧମକରେ ଓହରିବ କି ଚୀନ?

ବଢ଼ିଲା ଚୀନ-ଆମେରିକା ଟାରିଫ ୱାର। ଚୀନ ମୁଣ୍ଡରେ ଟାରିଫ ଉପରେ ଟାରିଫ ଲଦିଲେ ଟ୍ରମ୍ପ। ୩୪ ପ୍ରତିଶତ ଉପରେ ଅଧିକ ୫୦ ପ୍ରତିଶତ ଟାରିଫ ଚେତାବନୀ ଦେଇଛନ୍ତି ଆମେରିକା…

Leave a Reply

Your email address will not be published. Required fields are marked *