୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ

୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ ପୋଲିସକୁ ମିଳିଛି ସଫଳତା । ୨ଜଣ ଲୁଟେରା ଗ୍ୟାଙ୍ଗର ଲିଡର ସମେତ ୩ ଜଣଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ । ପୋଲିସ ସୁନା ଗହଣା, ଟଙ୍କା ଓ ବାଇକ୍ ଜବତ କରିଛି ପୋଲିସ । ଗଲା କିଛି ଦିନ ହେଲା ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରୁ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ବାଇକରେ ଫେରାର୍ ମାରୁଥିଲେ ଲୁଟେରା ।

ଗତ ବର୍ଷ ନଭେମ୍ବର ୮ ତାରିଖରେ ଏଫସିଆଇରୁ ଫେରୁଥିବା ବେଳେ ଏକଘରିଆ ନିକଟରେ ଲିପସା ଦାସ ନାମକ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁଇ ଦୁର୍ବୃତ୍ତ ବାଇକରେ ଫେରାର ହୋଇ ଯାଇଥିଲେ । ଜାନୁଆରୀ ୫ ତାରିଖରେ ସରିତା ବିଶ୍ଵାଳଙ୍କ ଠାରୁ ଓ ଅନୁଗୁଳ ହାଟ ନିକଟରୁ, ଜାନୁଆରୀ ୨୫ ତାରିଖରେ ଅନୁଗୁଳ ପିଟିସି ଅଫିସର କଲୋନୀ ସାମ୍ନା ରାସ୍ତାରେ ବନିତା ବେହେରାଙ୍କ ବେକରୁ ସୁନା ଚେନ ଲୁଟି ନେଇଥିଲେ ଦୁର୍ବୃତ୍ତ ।

ଅନୁଗୁଳ ଥାନା ଅଧିକାରୀ ଧୀରେଶ ଦାସଙ୍କ ନେତୃତ୍ଵରେ ଏକ ଟିମ ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆସ୍କା ଅଞ୍ଚଳର ଗଣେଶ ଦାସ ଓ ଏ ଅର୍ଜୁନକୁ ଧରିବାରେ ସଫଳ ହୋଇଥିଲା । ଉଭୟ ଛିନତାଇ କରିଥିବା ଓ ଆସ୍କାର ଏ ତାରିଣୀ ଆଚାରୀ ନାମକ ବ୍ୟକ୍ତିକୁ ବିକ୍ରି କରୁଥିବା ସ୍ଵୀକାର କରିଥିଲେ ।

ପୋଲିସ ତାରିଣୀଙ୍କ ଦୋକାନରେ ଚଢ଼ାଉ କରି ନଗଦ ୮ହଜାର ୨୦୦ ଟଙ୍କା, ତରଳାଯାଇଥିବା ପ୍ରାୟ ୧୧ ଗ୍ରାମ ସୁନା, ସୁନା ଚେନ, ୨ ଲକେଟ, ମଙ୍ଗଳସୁତ୍ର, ଏକ ଯୋଡି ଝରା, ତିନୋଟି ମୋବାଇଲ ଫୋନ, ଗୋଟିଏ ବାଇକ୍ ଓ ସୁନା ତରଳାଇବା ମେସିନ ଜବତ କରିଛି । ଗିରଫ ପରେ ତିନି ଜଣଙ୍କୁ ଆଜି କୋର୍ଟ ଚଲାଣ କରାଯାଇଥିବା ଏସଡିପିଓ ରାମାକାନ୍ତ ମାହାଳିକ କହିଛନ୍ତି ।

Related post

ଅନୁଗୁଳ: ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର

ଅନୁଗୁଳ: ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର

ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କହ୍ନେଇ ନଗରରେ ଗୁଳିମାଡ଼ରେ ଶଳା ଭିଣୋଇ ଗୁରୁତର ଘଟଣାରେ ୫ ସୁପାରୀ କିଲର ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଦୁଇଟି ରିଭରଭର,…
ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ

ସୁବର୍ଣ୍ଣପୁର ସିଏସ୍‌ଓ ସୁରେଶ କୁମାର ପାଣିଗ୍ରାହୀ ଗିରଫ

ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆ ୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଆଜି ସୁରେଶ ପାଣିଗ୍ରାହୀଙ୍କୁ କରାଯିବ କୋର୍ଟ…
କାନାଡା : ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି  ପୋଲିସ

କାନାଡା : ଖଲିସ୍ତାନୀ ଆତଙ୍କବାଦୀ ଅର୍ଶ ଡାଲ୍ଲାକୁ ଗିରଫ କରିଛି ପୋଲିସ

ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁୟାୟୀ, ଗ୍ୟାଙ୍ଗଷ୍ଟର ଅର୍ଶ ଡାଲ୍ଲା ଭାରତର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବାବେଳେ ସେ ଫେରାର ଥିଲା । ଫେରାର ପରେ କାନାଡାରେ…

Leave a Reply

Your email address will not be published. Required fields are marked *