
୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି ।
- ଖେଳ ଖବର
- February 15, 2025
- No Comment
- 11
୧୯ ଫେବୃଆରୀରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି । ଚାମ୍ପିଅନ୍ସ ଟ୍ରଫି ୨୦୧୭ରେ ଖେଳାଯାଇଥିଲା । ଆଉ ଏବେ ପୁଣିଥରେ ଚାମ୍ପିଅନ୍ସ ଟ୍ରଫି ହେବାକୁ ଯାଉଛି । ଚଳିତଥର ପାକିସ୍ତାନ ଆୟୋଜନ କରୁଛି ଚାମ୍ପିଅନ୍ସ ଟ୍ରଫି । ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ।
ଆଇସିସି ତରଫରୁ ଜାରି କରାଯାଇଥିବା ବୟାନ ଅନୁଯାୟୀ, ୨୦୧୭ରେ ହୋଇଥିବା ଚାମ୍ପିଅନ୍ସ ଟ୍ରଫି ତୁଳନାରେ ଏଥର ୫୩ ପ୍ରତିଶତ ପୁରସ୍କାର ରାଶି ବଢାଯାଇଛି । ବିଜେତା ଟିମକୁ ୧୯.୫୦ କୋଟି ଟଙ୍କା ପୁରସ୍କାର ରାଶି ମିଳିବ । ଆଇସିସି ତରଫରୁ ପୁରା ଟୁର୍ଣ୍ଣାମେଣ୍ଟ ପାଇଁ ୬.୯ ମିଲିଅନ ୟୁଏସ ଡଲାର ଅର୍ଥାତ୍ ୬୦ କୋଟି ପୁରସ୍କାର ରାଶି ନିର୍ଦ୍ଧାରିତ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ପ୍ରତ୍ୟେକ ଟିମକୁ ୧.୦୮ କୋଟି ଟଙ୍କା ମିଳିବ ।
ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି :
ଚାମ୍ପିଅନ୍ସ ଟ୍ରଫି ବିଜେତା ଟିମ୍ : ୧୯.୪୫ କୋଟି
ଚାମ୍ପିଅନ୍ସ ଟ୍ରଫି ଉପବିଜେତା ଟିମ୍ : ୯.୭୩ କୋଟି
ସେମିଫାଇନାଲରୁ ବାଦ୍ ପଡିବା ଟିମ୍ : ୪.୮୬ କୋଟି
୫ମ ଏବଂ ୬ଷ୍ଠ ସ୍ଥାନରେ ଥିବା ଟିମ୍ : ୩.୦୪ କୋଟି
୭ମ ଏବଂ ୮ମ ସ୍ଥାନରେ ଥିବା ଟିମ୍ : ୧.୨୧ କୋଟି
ଗ୍ରୁପ ଷ୍ଟେଜରେ ପ୍ରତି ମ୍ୟାଚ ଜିତିଲେ : ୨୯.୫ ଲକ୍ଷ
ଟୁର୍ଣ୍ଣାମେଣ୍ଟ ୧୯ ଫେବୃଆରୀରୁ ଆରମ୍ଭ ହୋଇ ୯ ମାର୍ଚ୍ଚ ପର୍ଯ୍ୟନ୍ତ ହାଇବ୍ରିଡ ମଡେଲରେ ଖେଳାଯିବ । ଗ୍ରୁପ୍ Aରେ ଥିବା ଭାରତ ୨୦ ତାରିଖରେ ବାଂଲାଦେଶ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ୮ଟି ଟିମ୍ ମୋଟ୍ ୧୫ଟି ମ୍ୟାଚ ଖେଳିବ । ଦୁଇଟି ଗ୍ରୁପରେ ଟିମ୍ ବଣ୍ଟାଯାଇଛି । ୮ଟି ଟିମରେ ନିଜ ନଜ ଗ୍ରୁପରେ ୩-୩ଟି ମ୍ୟାଚ ଖେଳାଯିବ । ଗ୍ରୁପ-ଏରେ ଟିମ ଇଣ୍ଡିଆ ସହିତ ବାଂଲାଦେଶ, ପାକିସ୍ତାନ, ନ୍ୟୁଜିଲାଣ୍ଡ ରହିଛି । ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟିମ ଇଣ୍ଡିଆର ଗ୍ରୁପ ଷ୍ଟେଜ ମ୍ୟାଚର ତୃତୀୟ ତଥା ଶେଷ ମ୍ୟାଚ ୨ ମାର୍ଚ୍ଚ ନ୍ୟୁଜିଲାଣ୍ଡ ସହିତ ଦୁବାଇରେ ଖେଳାଯିବ ।
ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଭାରତର ଖେଳସୂଚୀ :
୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ
୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ
୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ
୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ : ଫାଇନାଲ, ଲାହୋର/ଭାରତ ଫାଇନାଲକୁ ଗଲେ ଦୁବାଇରେ ହେବ ଖେଳ