
ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଇଲା BSNL ର ୧୫୦ ଦିନିଆ ପ୍ଲାନ୍
- ଦେଶ ବିଦେଶ
- February 22, 2025
- No Comment
- 8
BSNL ଗୋଟିଏ ପରେ ଗୋଟିଏ ଶସ୍ତା ରିଚାର୍ଜ ପ୍ଲାନ୍ ଉପସ୍ଥାପନ କରି ପ୍ରାଇଭେଟ୍ କମ୍ପାନୀଗୁଡିକର ଟେନସନ୍ ବଢ଼ାଉଛି । ଏହି ସମୟରେ BSNL ଏକ ପ୍ଲାନ୍ ଆଣିଛି ଯାହା ଗ୍ରାହକମାନଙ୍କୁ ବହୁତ୍ ଖୁସି କରାଉଛି । ଏଥି ସହ Jio, Airtel ଏବଂ VI ର ଟେନସନ୍ ବଢ଼ିଯାଇଛି ।
ଆପଣଙ୍କୁ କହିବୁ ଯେ BSNL ଲିଷ୍ଟରେ ବିଭିନ୍ନ ଭ୍ୟାଲିଡିଟି ସହିତ ଅନେକ ରିଚାର୍ଜ ପ୍ଲାନ୍ ଉପଲବ୍ଧ ଅଛି । BSNL ପାଖରେ ଯେତେ ଭ୍ୟାଲିଡିଟି ଅପ୍ସନ ରହିଛି, ତାହା ଆଉ କାହା ପାଖରେ ଉପଲବ୍ଧ ନାହିଁ । ଏହି କାରଣରୁ BSNL ତା’ର ଗ୍ରାହକମାନଙ୍କୁ ସବୁଠାରୁ କମ୍ ମୂଲ୍ୟରେ ଲଙ୍ଗ ଭ୍ୟାଲିଡିଟି ପ୍ଲାନ୍ ଅଫର କରିଥାଏ । ଆପଣଙ୍କୁ BSNL ର ଏପରି ଏକ ରିଚାର୍ଜ ପ୍ଲାନ୍ ବିଷୟରେ କହିବୁ ଯାହା ୟୁଜର୍ସମାନଙ୍କୁ ୫ ମାସର ରିଚାର୍ଜ ଟେନସନରୁ ମୁକ୍ତି ଦେବ ।
ସରକାରୀ କମ୍ପାନୀର ପୋର୍ଟଫୋଲିଓରେ ୩୯୭ ଟଙ୍କାର ଏକ ଶସ୍ତା ରିଚାର୍ଜ ପ୍ଲାନ୍ ଉପଲବ୍ଧ କରିଛି । BSNL ର ଏହି ପ୍ଲାନରେ କୋଟି କୋଟି ୟୁଜର୍ସ ରିଲାକ୍ସ ପାଇଛନ୍ତି । ଏଥିରେ ଆପଣ ଲଙ୍ଗ ଭ୍ୟାଲିଡିଟି ସହିତ ଫ୍ରି କଲିଂ, ଡାଟା ଏବଂ SMS ଭଳି ସମସ୍ତ ଆବଶ୍ୟକୀୟ ସୁବିଧା ପାଇବେ । BSNL ର ଏହି ରିଚାର୍ଜ ପ୍ଲାନ୍ ୧୫୦ ଦିନର ଲଙ୍ଗ ଭ୍ୟାଲିଡିଟି ପ୍ରଦାନ କରେ ।
ଯଦି ଆପଣ ବାରମ୍ବାର ରିଚାର୍ଜ ପ୍ଲାନରେ ଆପଣଙ୍କ ଟଙ୍କା ନଷ୍ଟ କରିବାକୁ ଚାହୁଁନାହାଁନ୍ତି, ତେବେ BSNL ର ଏହି ପ୍ଲାନ୍ ୟୁଜର୍ସଙ୍କ ପାଇଁ ବେଷ୍ଟ ହୋଇପାରିବ । ଏହି ଶସ୍ତା ରିଚାର୍ଜ ସେହି ୟୁଜର୍ସମାନଙ୍କ ପାଇଁ ବେଷ୍ଟ ହୋଇପାରିବ ଯେଉଁମାନେ ରିଚାର୍ଜ ସରିବା ପରେ ତୁରନ୍ତ ଏକ ନୂଆ ରିଚାର୍ଜ ପ୍ଲାନ୍ ନେବାକୁ ଚାହାଁନ୍ତି ନାହିଁ । ଏହି ପ୍ଲାନରେ ଆପଣ ରିଚାର୍ଜ ନକରି ସହଜରେ ଆପଣଙ୍କର ସିମ୍ ୧୫୦ ଦିନ ପାଇଁ ଆକ୍ଟିଭ୍ ରଖିପାରିବ । ଏଥିରେ ଆପଣଙ୍କୁ ଫ୍ରି କଲିଂ ମଧ୍ୟ ମିଳିବ କିନ୍ତୁ ଏଥିରେ ଲିମିଟ୍ ଅଛି ।
BSNL ର ୩୯୭ ଟଙ୍କିଆ ପ୍ଲାନରେ ୟୁଜର୍ସମାନେ ପ୍ରଥମ ୩୦ ଦିନ ପାଇଁ ସମସ୍ତ ନେଟୱାର୍କରେ ଫ୍ରି କଲିଂ ସର୍ଭିସ ପାଇବେ । ଏହାର ଅର୍ଥ ହେଉଛି ପ୍ଲାନ୍ ନେବା ପରେ ଆପଣ କେବଳ ୩୦ ଦିନ ପାଇଁ ଫ୍ରି କଲ୍ କରିପାରିବେ । ଏହା ପରେ, ଆଉଟଗୋଇଂ କଲ୍ ବନ୍ଦ ହୋଇଯିବ କିନ୍ତୁ ଇନକମିଙ୍ଗ୍ କଲ୍ ସୁବିଧା ଆପଣଙ୍କ ନମ୍ବରରେ ୧୫୦ ଦିନ ପାଇଁ ଆକ୍ଟିଭ ରହିବ । ସେହିପରି ଆପଣଙ୍କୁ ପ୍ରଥମ ୩୦ ଦିନ ପାଇଁ ପ୍ରତିଦିନ ୨ GB ଡାଟା ମିଳିଥାଏ । ଏହିପରି ଭାବରେ ମୋଟ୍ ୬୦ GB ଡାଟା ବ୍ୟବହାର କରିପାରିବେ ।
BSNL ୟୁଜର୍ସଙ୍କୁ ଫ୍ରି କଲିଂ ଏବଂ ଡାଟା ପରି ପ୍ରଥମ ୩୦ ଦିନ ପାଇଁ ପ୍ରତିଦିନ ୧୦୦ ଫ୍ରି SMS ମଧ୍ୟ ମିଳିଥାଏ । ଏହି ପ୍ଲାନ୍ ସେହି ୟୁଜର୍ସଙ୍କ ପାଇଁ ବେଷ୍ଟ ଅପ୍ସନ ହୋଇପାରିବ ଯେଉଁମାନେ BSNL କୁ ସେକେଣ୍ଡାରୀ ସିମ୍ ଭାବରେ ବ୍ୟବହାର କରୁଥିବେ ଏବଂ ବାରମ୍ବାର ରିଚାର୍ଜ କରିବାକୁ ଚାହୁଁନାହାଁନ୍ତି ।