‘ଆଗାମୀ ୫ ବର୍ଷରେ ୫ ବିଲିୟନ ଡଲାରରେ ପହଞ୍ଚିବ ଦ୍ଵିପାକ୍ଷିକ ବାଣିଜ୍ୟ’ : ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମରେ କହିଲେ ମୋଦି
- ଦେଶ ବିଦେଶବାଣିଜ୍ୟ
- December 17, 2025
- No Comment
- 210
ଜୋର୍ଡାନର ରାଜଧାନୀ ଅମ୍ମାନରେ ମଙ୍ଗଳବାର ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ରହିଥିବା ଭବିଷ୍ୟତର ବିପୁଳ ସୁଯୋଗ ଉପରେ ଆଲୋକପାତ କରିଛନ୍ତି । ମୋଦି କହିଛନ୍ତି, ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ଅ ର୍ଥନୀତି ହେବାକୁ ଯାଉଛି । ଦେଶରେ ଜାରି ରହିଥିବା ଅର୍ଥନୈତିକ ଗତିଶୀଳତା ଅନ୍ତର୍ଜାତୀୟ ସହଯୋଗୀଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି କରିଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅଭିବୃଦ୍ଧିହାର ବର୍ତ୍ତମାନ ୮% ଉପରେ ରହିଛି । ଉତ୍ପାଦକତା,ଶକ୍ତିଶାଳୀ ଗଭର୍ଣ୍ଣାନ୍ସ ଦ୍ୱାରା ଏହା ସମ୍ଭବ ହେଉଛି । ଜୋର୍ଡାନର ପ୍ରତ୍ୟେକ ନିବେଶକ ଓ ବ୍ୟବସାୟ ନିମନ୍ତେ ଭାରତ ତମାମ କ୍ଷେତ୍ର ଗୁଡ଼ିକରେ ଏକାଧିକ ସୁଯୋଗ ପ୍ରଦାନ କରୁଛି । ଏହାଛଡ଼ା ଦୁଇଦେଶ ଆଗକୁ ଦ୍ୱିପାକ୍ଷିକ ବାଣିଜ୍ୟକୁ ଆହୁରି ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛନ୍ତି । ଆଗାମୀ ୫ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୫ ବିଲିୟନ ଡଲାରରେ ପହଞ୍ଚାଇବାକୁ କାର୍ଯ୍ୟ କରିବାପାଇଁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି ।
ଜୋର୍ଡାନର ତୃତୀୟ ବୃହତ୍ ବାଣିଜ୍ୟ ସହଯୋଗୀ ହେଉଛି ଭାରତ । ଦୁଇଦେଶ ମଧ୍ୟରେ ଐତିହାସିକ ବାଣିଜ୍ୟ ସମ୍ପର୍କ ରହିଆସିଛି । ଦିନଥିଲା ଗୁଜରାଟରୁ ପେଟ୍ରା ଦେଇ ୟୁରୋପ ସହବାଣିଜ୍ୟ କରାଯାଉଥିଲା । ଆମେ ନିଜ ଭବିଷ୍ୟତକୁ ସମୃଦ୍ଧ କରିବା ସକାଶେ ଆମର ପୁରୁଣା ସମ୍ପର୍କକୁ ପୁନର୍ଜୀବିତ କରିବୁ । ମୋଦି ଏବଂ ଜୋର୍ଡାନ ରାଜା ଅବ୍ଦୁଲ୍ଲା-୨ ଭାରତ-ଜୋର୍ଡାନ ବ୍ୟବସାୟିକ ଫୋରମକୁ ମିଳିତ ସମ୍ବୋଧନ କରିଥିଲେ । ବ୍ୟବସାୟିକ ସମ୍ପର୍କକୁ ବଢ଼ାଇବା ନେଇ ଉଭୟ ଗୁରୁତ୍ୱ ଦେଇଥିଲେ । ରାଜା ଅବ୍ଦୁଲ୍ଲା-୨ କହିଲେ,ଜୋର୍ଡାନର ମୁକ୍ତ ବାଣିଜ୍ୟ ଓ ଭାରତର ଅର୍ଥନୈତିକ ଶକ୍ତି ଦକ୍ଷିଣ ଏସିଆ ଏବଂ ପଶ୍ଚିମ ଏସିଆ ମଧ୍ୟରେଏକ ଅର୍ଥନୈତିକ କରିଡର ସୃଷ୍ଟି କରିପାରିବ ।