’ଭେନେଜୁଏଲା କିଙ୍ଗ’ଙ୍କ ,ଡ୍ରାଇଭରରୁ ବନିଥିଲେ ରାଷ୍ଟ୍ରପତି
- ଦେଶ ବିଦେଶ
- January 4, 2026
- No Comment
- 95
ଶନିବାର ସକାଳ ସମୟ ଭେନେଜୁଏଲାର ଭାରାକସ୍ ବାୟୁମଣ୍ଡଳରେ ବାରୁଦର ବାସ୍ନା ଲୋକଙ୍କୁ ଚମକାଇଦେଇଥିଲା । ଚାରିଆଡ଼େ ଧୂଆଁ ଧୂଆଁ । ଦେଶବାସୀ ଜାଣିନେଲେ କିଛି ବଡ଼ ଘଟିଛି । ଖବର ବ୍ୟାପିଗଲା, ଆମେରିକାର ସେନା ରାଷ୍ଟ୍ରପତି ନିକୋଲସ୍ ମାଦୁରୋଙ୍କୁ ବନ୍ଦୀ କରିନେଇଛି । ତା ସହ ତାଙ୍କ ପତ୍ନୀଙ୍କୁ ବି ବନ୍ଦୀ କରି ନେଇଛି ।
ନିକୋଲସ୍ ମାଦୁରୋଙ୍କ ଜୀବନ କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ୧୯୬୨ ନଭେମ୍ବର ୨୩ ତାରିଖରେ କାରାକସ୍ର ଏଲକ ସାଧାରଣ ପରିବାରରେ ଜନ୍ମିତ ନିକୋଲସ୍ । କଲେଜ ଯାଇନାହାନ୍ତି । ସ୍କୁଲ ପଢ଼ା ଶେଷ କରିବା ପରେ ଘରକୁ ସହଯୋଗ କରିବାକୁ ପେଟପାଟଣା ପାଇଁ ବସ୍ ଚଳାଇବା ଆରମ୍ଭ କଲେ
ଭାରତୀୟ ସଂସ୍କୃତି ପ୍ରତି ନିକେଲସ୍ ଙ୍କର ରହିଛି ଅହେତୁକ ଶ୍ରଦ୍ଧା । ସେ ଓ ତାଙ୍କ ପତ୍ନୀ ସିଲିୟା ଫ୍ଲୋରେସ୍ ଭାରତୀୟ ଆଧ୍ୟାତ୍ମିକ ଗୁରୁ ସତ୍ୟ ସାଇ ବାବାଙ୍କୁ ଅନୁଗତ୍ୟ । ୨୦୦୫ରେ ଦୁହେଁ ଆନ୍ଧ୍ରପ୍ରଦେଶ ପୁଟପର୍ତ୍ତି ସ୍ଥିତ ପ୍ରଶାନ୍ତି ନିଳୟମ ଆସିଥିଲେ । ତଳେ ବସି ସତ୍ୟସାଈଙ୍କ ପ୍ରବଚନ ଶୁଣିଥିଲେ ।
କେବଳ ସତ୍ୟ ସାଈବାବା ନୁହନ୍ତି ବରଂ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସାନ୍ନିର୍ଧ୍ୟ ବି ଲାଭ କରିଥିଲେ ନିକୋଲସ୍ । ନିଜକୁ ପୂରା ଶାକାହାରୀ କରିଥିଲେ ନିକୋସ୍। ବିଦେଶ ମାଟିରେ ଶ୍ରୀ ସତ୍ୟସାଈବାବାଙ୍କ ସଂଗଠନକୁ ପୂରା ସ୍ବାଧୀନତା. ଦେଇଥିଲେ । ୨୦୧୧ରେ ବାବାଙ୍କ ଇହଧାମ ତ୍ୟାଗ ଦିନକୁ ପୂରା ଭେନେଜୁଏଲାରେ ରାଷ୍ଟ୍ରୀୟ ଶୋକ ଦିବସ ଭାବେ ଘୋଷଣା କରିଥିଲେ ।
ଶନିବାର ନିକୋଲସ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ସେନା ଗିରଫ କରି ନ୍ୟୁୟର୍କ ନେଇଯିବା ପରେ ପୂରା ବିଶ୍ବରେ ହଇଚଇ ସୃଷ୍ଟି ହୋଇଛି । ବିଶତବ ରାଜନୀତିରେ ଝଡ଼ ଦେଖାଦେଇଛି । ଦୁନିଆର ବଡ଼ ଶକ୍ତିମାନେ ଦୁଇଭାଗରେ ଛିଡ଼ା ହେଲେଣି । ଋଷ ଓ ଚୀନ ସରକାର ନିକୋଲସଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବୀ କରିଥିବାବେଳେ ଅନ୍ୟ କିଛି ରାଷ୍ଟ୍ର ଏହାକୁ ଏକପ୍ରକାର ସମର୍ଥନ କରିଛନ୍ତି। କୁହାଯାଉଛି ଠଡ୍ରଗ୍ସ ଖାଲି ଗୋଟେ ବାହାନା। ଭେନେଜୁଏଲାର ତେଲ ଉପରେ ଆଖି ରଖି ଟ୍ରମ୍ପ ସରକାର ଏଭଳି ଘଟଣା ଘଟାଇଛନ୍ତି