ରାଜଧାନୀରେ ବୁଲିଲା ଖଣ୍ଡା । ପଳାଶପଲ୍ଲୀ ଅଞ୍ଚଳରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ ।

ରାଜଧାନୀରେ ବୁଲିଲା ଖଣ୍ଡା । ପଳାଶପଲ୍ଲୀ ଅଞ୍ଚଳରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ ।

ପଳାଶପଲ୍ଲୀ ଲେନ ୧୦ରେ ରହୁଥିବା ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନକୁ ହାଣିଛନ୍ତି ଦୁର୍ବୁତ୍ତ । ବାଇକରେ ୩ ଜଣ ଆସି ଆକ୍ରମଣ କରିଛନ୍ତି । ଦୁର୍ବୁତ୍ତମାନେ ଯୁବକଙ୍କୁ ଖଣ୍ଡାରେ ହାଣିପକାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର ପରେ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଛି । ଗୁରୁତର ଅବସ୍ଥାରେ ଯୁବକକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ପଠାଯାଇଥିବା ସୂଚନା ମିଳିଛି।   ପୋଲିସ କମିଶନର ଆହତ ଶିବଙ୍କୁ ଏମସରେ ଭେଟି ସ୍ବାସ୍ଥ୍ୟବସ୍ଥା ପଟାରି ବୁଝିଛନ୍ତି ।  ପଳାଶପଲ୍ଲୀରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ ।

Related post

ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ

ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ

ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲିବ ରାଜଭବନ ଉଦ୍ୟାନ । ୨୨ ତାରିଖ ପର୍ଯ୍ୟନ୍ତ ଉଦ୍ୟାନ ଖୋଲାରହିବ । ଅପରାହ୍ନ ୨ଟା୩୦ରୁ ସଂଧ୍ୟା ୫ଟା ଯାଏଁ ଉଦ୍ୟାନ ପିରଦର୍ଶନ ସମୟ…
ପୁରୀ ରୁ ଫେରି ଭୁବନେଶ୍ୱରରେ ବିଭିନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି I

ପୁରୀ ରୁ ଫେରି ଭୁବନେଶ୍ୱରରେ ବିଭିନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି…

ପୁରୀ ରାଜଭବନରୁ ବାହାରି ତାଳବଣିଆ ହେଲିପ୍ୟାଡ୍‌ରେ ପହଂଚିବେ ରାଷ୍ଟ୍ରପତି । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ବର ଆସିବେ ମହାମହିମ । ଗତକାଲି ସକାଳେ ପୁରୀ ଗସ୍ତ କରିଥିଲେ…
ଭୁବନେଶ୍ୱର : ଦୁଇ ଜଣଙ୍କ ଉପରେ ଚଢ଼ିଗଲା ମୋ ବସ୍

ଭୁବନେଶ୍ୱର : ଦୁଇ ଜଣଙ୍କ ଉପରେ ଚଢ଼ିଗଲା ମୋ ବସ୍

ମୋ ବସ୍ ଦୁର୍ଘଟଣାରେ ୨ ଗୁରୁତରଙ୍କ ମଧ୍ୟରୁ ଯୁବତୀଙ୍କ ହାତ ଉପରେ ବସ୍‌ ଚଢିଯିବାରୁ ତାଙ୍କ ହାତ କଟି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଗୁରୁତର ଯୁବତୀ ଓ…

Leave a Reply

Your email address will not be published. Required fields are marked *