ଆଫଗାନିସ୍ତାନ ‘ଏ’  କ୍ରିକେଟ ଟିମ  ପ୍ରଥମ ଥର ଜିତିଲା ପୁରୁଷ ଇମର୍ଜିଂ ଟି-୨୦ ଏସିଆ କପ ଟାଇଟଲ

ଆଫଗାନିସ୍ତାନ ‘ଏ’ କ୍ରିକେଟ ଟିମ ପ୍ରଥମ ଥର ଜିତିଲା ପୁରୁଷ ଇମର୍ଜିଂ ଟି-୨୦ ଏସିଆ କପ ଟାଇଟଲ

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ‘ଏ’ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା । ଜବାବରେ ଆଫଗାନିସ୍ତାନ ‘ଏ’ ମାତ୍ର ୩ଟି ୱିକେଟ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ପ୍ରଥମ ସେମିଫାଇନାଲରେ ପାକିସ୍ତାନକୁ ୭ ୱିକେଟରେ ହରାଇ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ହରାଇ ଆଫଗାନିସ୍ତାନ ଫାଇନାଲରେ ପ୍ରବେଶ କରିଥିଲା । ଶ୍ରୀଲଙ୍କା ଆଜି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ।

ଦଳ ମାତ୍ର ୧୫ ରନରେ ୪ଟି ୱିକେଟ ହରାଇ ବଡ଼ ସଙ୍କଟରେ ପଡ଼ିଥିଲା । ଏହାପରେ ସହନ ଆରାଚିଜେ ଗୋଟିଏ ପଟେ ଦଳକୁ ସମ୍ଭାଳିବା ସହ ୬୪ ରନରେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଫଳରେ ଦଳ ଏତେବଡ଼ ସ୍କୋର କରିବାକୁ ସକ୍ଷମ ହୋଇପାରିଥିଲା ।

ଆଫଗାନିସ୍ତାନ ପକ୍ଷରୁ ବିଲାଲ ସାମି ସର୍ବାଧିକ ୩ଟି ଓ ଆଲ୍ଲା ଘାଜନଫାର ୨ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଆଫଗାନିସ୍ତାନ ୧୮.୧ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା । ଓପନର ସେଦିକ୍ୟୁଲ୍ଲା ୫୫ ରନ କରି ଅପରାଜିତ ରହିଥିଲେ । ଶ୍ରୀଲଙ୍କା ପକ୍ଷରୁ ସହନ ଆରାଚିଜେ, ଦଶନ ହେମନ୍ଥା ଓ ଇଶାନ ମାଲିଙ୍ଗା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ସୂଚନାଯୋଗ୍ୟ,  ୨୦୨୩ରେ ପାକିସ୍ତାନ ଟିମ୍ ଏହି ଟାଇଟଲ ଜିତିଥିଳା । ଭାରତୀୟ-ଏ ଟିମ ରନର ଅପ ହୋଇଥିଲା । ଭାରତୀୟ ଟିମ୍ ୨୦୧୩ରେ ଟାଇଟଲ ଜିତିଥିଲା । ୨୦୧୭ ଏବଂ ୨୦୧୮ରେ ଶ୍ରୀଲଙ୍କା ଦୁଇଥର ଟାଇଟଲ ଜିତିଥିଲା ।

Related post

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ ଟି୨୦ : ଟାଇଟଲ ହାତେଇବା ଲକ୍ଷ୍ୟରେ ସୂର୍ଯ୍ୟକୁମାର

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଚତୁର୍ଥ ତଥା ଶେଷ ଟି-୨୦ । ଭାରତ ପାଖରେ ଆଜି ମ୍ୟାଚ ଜିତି ସିରିଜ ଜିତିବାର ସୁଯୋଗ ରହିଛି । ଭାରତୀୟ…
୨୪ ଓ ୨୫ରେ ସାଉଦି ଆରବରେ ହେବ ଆଇପିଏଲ ୨୦୨୫ ନିଲାମୀ

୨୪ ଓ ୨୫ରେ ସାଉଦି ଆରବରେ ହେବ ଆଇପିଏଲ ୨୦୨୫ ନିଲାମୀ

ନଭେମ୍ବର ୨୪ ଓ ୨୫ରେ ସାଉଦୀ ଆରବର ଜେଦ୍ଦାରେ ଖେଳାଳିଙ୍କର ନିଲାମୀ କରାଯିବ । ନିଲାମୀ ପାଇଁ ମୋଟ ୧୫୭୪ ଜଣ ଖେଳାଳି ପଞ୍ଜିକରଣ କରିଛନ୍ତି । ଏମାନଙ୍କ…

Leave a Reply

Your email address will not be published. Required fields are marked *