ଘରେ ଓଡ଼ଶ ପୋକ ହେଉଛନ୍ତି କି?
- ଜୀବନ ଶୈଳୀସ୍ୱାସ୍ଥ୍ୟ
- October 14, 2024
- No Comment
- 168
ଓଡ଼ଶ ପୋକ ହେଉଛି ଶଯ୍ୟାରେ ରହୁଥିବା ଛୋଟ କୀଟ ଯାହାକି ରାତିରେ ଶୋଇବା ସମୟରେ ଆପଣଙ୍କୁ କାମୁଡ଼ିଥାଏ । ଏହି କୀଟଗୁଡ଼ିକ ଏତେ ଛୋଟ ଯେ ସହଜରେ ଆଖିକୁ ଦେଖାଯାଏ ନାହିଁ । ଏଥିରୁ ମୁକ୍ତି ପାଇବା ପାଇଁ ବଜାରରେ ଅନେକ ଜିନିଷ ଉପଲବ୍ଧ, କିନ୍ତୁ ରୋଷେଇ ଘରେ ଉପସ୍ଥିତ କିଛି ଘରୋଇ ଜିନିଷ ବ୍ୟବହାର କରି ଆପଣ ଏହି ପୋକରୁ ମୁକ୍ତି ପାଇପାରିବେ ।
ଓଡ଼ଶ ପୋକକୁ ମାରିବାରେ ଭିନେଗାର ଯଥେଷ୍ଟ ପ୍ରଭାବଶାଳୀ । ଏହାର ଅମ୍ଳୀୟ ପ୍ରକୃତି ଓଡ଼ଶ ପୋକ ଦୂର କରିବାରେ ସାହାଯ୍ୟ କରେ । ଭିନେଗାରକୁ ପାଣିରେ ମିଶାନ୍ତୁ, ଏହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ ଏବଂ ସେହି ସ୍ଥାନରେ ସ୍ପ୍ରେ କରନ୍ତୁ…ଲେମ୍ବୁ ରସ ଓଡ଼ଶ ପୋକ ମାରିବାରେ ମଧ୍ୟ ପ୍ରଭାବଶାଳୀ । ଏଥିରେ ଥିବା ଏସିଡ୍ ପୋକକୁ ଖଟ ପାଖ ମାଡ଼ିବାକୁ ଦେଇନଥାଏ । ଲେମ୍ବୁ ରସକୁ ପାଣିରେ ମିଶାନ୍ତୁ, ଏହାକୁ ଏକ ସ୍ପ୍ରେ ବୋତଲରେ ଭରନ୍ତୁ ଓ ଏହାକୁ ଖଟ ଉପରେ ଛିଞ୍ଚନ୍ତୁ । ଲେମ୍ବୁର ପ୍ରବଳ ଗନ୍ଧ ମଧ୍ୟ ଓଡ଼ଶ ପୋକ ଦୂର କରିଥାଏ ।ଓଡଶ ପୋକର ଉପସ୍ଥିତି କିପରି ଜାଣିବେ
ହଠାତ୍ ମୁହଁ, ବେକ ଓ ବାହୁରେ ଲାଲ୍ ଚିହ୍ନ ଦେଖାଗଲେ ତାହା ଚିନ୍ତାର କାରଣ ହୋଇଯାଏ । କିଛି ଲୋକ ଏହାକୁ ଚର୍ମରୋଗ ବୋଲି ବିବେଚନା କରୁଥିବାବେଳେ ଅନ୍ୟମାନେ ଏହାକୁ ମଶା କାମୁଡ଼ିବା ଯୋଗୁଁ ଏପରି ହୋଇଛି ବୋଲି ଭାବନ୍ତି। ଯଦି ଆପଣ ବି ସକାଳୁ ଉଠିବା ମାତ୍ରେ ଚର୍ମରେ କିଛି ନାଲି ଦାଗ ଦେଖାଯିବା ଆରମ୍ଭ କରେ, ତେବେ ଓଡ଼ଶ କାମୁଡ଼ିବା ହେତୁ ଏପରି ହୋଇଥାଇପାରେ ।ଓଡ଼ଶ ପୋକଠୁ ରକ୍ଷା ପାଇଁ ବେଡ ଓ ତକିଆ ପର୍ଯ୍ୟନ୍ତ ସବୁକିଛି ସଫା କରନ୍ତୁ । ଏହା ବ୍ୟତୀତ ପ୍ରତି ଦୁଇ ଦିନରେ ବେଡସିଟ୍ ମଧ୍ୟ ବଦଳାନ୍ତୁ ।ରୁମରେ ଲଗାଯାଇଥିବା ସବୁ ସ୍କ୍ରିନକୁ ସଫା କରନ୍ତୁ । ଏହା ବ୍ୟତୀତ, ୱାଲ ଫୋଟ ଓ ମ୍ୟାଟ୍କୁ ମଧ୍ୟ ଖାଲି କରିବାକୁ ନିଶ୍ଚିତ କରନ୍ତୁ, ଯାହାଫଳରେ ଓଡ଼ଶ ପୋକର ଆଶଙ୍କା କମିଯାଏ ।