କଇଁଛଙ୍କ ଆଗମନ ଋତୁ ଆସୁଥିବାରୁ :ସୁରକ୍ଷା ପାଇଁ ମାଛଧରା ଉପରେ ଲାଗିଲା କଟକଣା

କଇଁଛଙ୍କ ଆଗମନ ଋତୁ ଆସୁଥିବାରୁ :ସୁରକ୍ଷା ପାଇଁ ମାଛଧରା ଉପରେ ଲାଗିଲା କଟକଣା

ଆଜିଠୁ ୭ ମାସ ପର୍ଯ୍ୟନ୍ତ ଅଭୟାରଣ୍ୟକୁ ଯାଇ ପାରିବେନି ମତ୍ସ୍ୟଜୀବୀ । ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନ ଋତୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା ପାଇଁ କଟକଣା ଲାଗୁ ହୋଇଛି । ଅଲିଭ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏଁ ୧୬୦ କିଲୋମିଟର ପର୍ୟ୍ୟନ୍ତ ଲାଗିବ କଟକଣା ।

ଆଜିଠୁ ୭ ମାସ ଅର୍ଥାତ୍ ମେ ୩୧ ତାରିଖ ଯାଏଁ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ କଟକଣା ଜାରି ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related post

Leave a Reply

Your email address will not be published. Required fields are marked *