
ଟ୍ରମ୍ପଙ୍କ ୫୦% ଟାରିଫ ବୃଦ୍ଧି ଧମକରେ ଓହରିବ କି ଚୀନ?
- ଦେଶ ବିଦେଶ
- April 8, 2025
- No Comment
- 6
ବଢ଼ିଲା ଚୀନ-ଆମେରିକା ଟାରିଫ ୱାର। ଚୀନ ମୁଣ୍ଡରେ ଟାରିଫ ଉପରେ ଟାରିଫ ଲଦିଲେ ଟ୍ରମ୍ପ। ୩୪ ପ୍ରତିଶତ ଉପରେ ଅଧିକ ୫୦ ପ୍ରତିଶତ ଟାରିଫ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି। ଚୀନରୁ ଆମଦାନୀ ଦ୍ରବ୍ୟ ଉପରେ କିଛି ଦିନ ତଳେ ୩୪ ପ୍ରତିଶତ ଟାରିଫ ଘୋଷଣା କରିଥିଲେ ଟ୍ରମ୍ପ। ଏହା ପରେ ଆମେରିକା ଉପରେ ୩୪ ପ୍ରତିଶତ ପାଲଟା ଟାରିଫ ଘୋଷଣା କରିଥିଲା ଚୀନ। ପାଲଟା ଟାରିଫ ପ୍ରତ୍ୟାହାର କରିବାକୁ ଚୀନକୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି ଟ୍ରମ୍ପ।
ପ୍ରତ୍ୟାହାର ନକଲେ ଆସନ୍ତାକାଲିଠାରୁ ୩୪ ପ୍ରତିଶତ ଉପରେ ଆଉ ୫୦ ପ୍ରତିଶତ ଟାରିଫ ଲାଗିବ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ପ। କାଉଣ୍ଟର କରିଛି ଚୀନ। ୫୦ ପ୍ରତିଶତ ଟାରିଫ ଲଗାଇଲେ ଚୀନ ମଧ୍ୟ ଅନୁରୂପ ପଦକ୍ଷେପ ନେବ। ନିଜର ଅଧିକାର ଓ ସ୍ବାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବ ବୋଲି ଚୀନ କହିଛି। ୫୦ ପ୍ରତିଶତ ଟାରିଫ ଲଗାଇଲେ ଆମେରିକା ବଡ଼ ଭୁଲ କରିବ ବୋଲି ଚୀନ କହିଛି। ଆମେରିକା ବ୍ଲାକ ମେଲିଂ କରୁଥିବା ଚୀନର ବାଣିଜ୍ୟ ମନ୍ତ୍ରାଳୟ କହିଛି।
ଅନ୍ୟପଟେ ଏପ୍ରିଲ ୨ ତାରିଖଠାରୁ ଟ୍ରମ୍ପ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇବାର ଘୋଷଣା କରିଥିଲେ। ଯାହାପରେ ବର୍ତ୍ତମାନ ଚିନିର ଆମଦାନୀ ଉପରେ ୫୪ ପ୍ରତିଶତ ଟାରିଫ ବଢିବାର ଆଶଙ୍କା ରହିଛି । ଏତିକି ନୁହେଁ ବରଂ ଆମେରିକାକୁ ରପ୍ତାନୀ ହେଉଥିବା ଜିନିଷ ଉପରେ ମଧ୍ୟ ଚୀନ ନିୟନ୍ତ୍ରଣ କରିବ । ଯାହାଦ୍ବାରା ଆମେରିକାର କମ୍ପାନୀଗୁଡିକରେ ପ୍ରତିବନ୍ଧକ ଲାଗିବ । ୯ତାରିଖରୁ ଆମେରିକାରେ ଟାରିଫ ଜାରି ହୋଇଯିବ ।
ସୂଚନାଯୋଗ୍ୟ, ଏପ୍ରିଲ ୨ ତାରିଖକୁ ମୁକ୍ତ ଦିବସ ପାଳନ କରିବା ପାଇଁ ଟ୍ରମ୍ପ ଆହ୍ବାନ ଦେଇଥିଲେ । ବର୍ତ୍ତମାନଠାରୁ ପ୍ରତିବର୍ଷ ଏପ୍ରିଲ ୨କୁ ମୁକ୍ତି ଦିବସ ରୂପେ ମାନାଯିବ । ଯାହା ଆମେରିକା ପାଇଁ ପୂର୍ନଜନ୍ମ ବୋଲି କୁହାଯିବ । ଏହି ଦିନ ଆମେରିକାକୁ ସମ୍ପୂର୍ଣ୍ଣ ରାଷ୍ଟ୍ରରେ ପରିଣତ କରିବ ।