୨୨ ରୁ ପ୍ରବଳ ବର୍ଷା ସଂମ୍ଭାବନା

୨୨ ରୁ ପ୍ରବଳ ବର୍ଷା ସଂମ୍ଭାବନା

ଅକ୍ଟୋବରରେ ବାତ୍ୟାକୁ ନେଇ ଭୟ ବଢୁଥିବା ବେଳେ ୨୨ ତାରିଖରେ ହେବାକୁ ଥିବା ଲଘୁଚାପ ଉପରେ ନଜର ରହିଛି। ଯେକୌଣସି ପରିସ୍ଥିତି ଆସିଲେ ସଜାଗ ରହିବାକୁ ଏସଆରସି, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୨ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଯାହା ପରବର୍ତ୍ତୀ ସମୟରେ ଅବପାତରେ ପରିଣତ ହେବ । ୨୩ ତାରିଖରୁ ରାଜ୍ୟରେ ବର୍ଷା ହେବ । ବିଶେଷ କରି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିନ୍ତୁ ଏପର୍ଯ୍ୟନ୍ତ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିନଥିବା ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Related post

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି I

ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି I

ରାଜ୍ୟରେ ତଳମୁହାଁ ରହିଛି ପାରଦ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ଲହରୀ ଜାରି ରହିଛି । ଗତ କିଛିଦିନ ହେଲା କନ୍ଧମାଳ କୁ ଛୁଇଁଛି ଶୀତ l…
ଓଡିଶା: ୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ I

ଓଡିଶା: ୯ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ I

ଟିକେ ବିଳମ୍ଵରେ ଆସିଲା ଶୀତ। କିନ୍ତୁ ଏବେ ଜୋର ଶୀତ ହେଲାଣି। ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ହେଉଛି। ଗତକାଲି ଫୁଲବାଣୀ ଥିଲା ରାଜ୍ୟର ସବୁଠୁ…
ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହେଲା ହେଲ୍‌ଥ କନକ୍ଲେଭ ପରାମର୍ଶ ଦେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହେଲା ହେଲ୍‌ଥ କନକ୍ଲେଭ ପରାମର୍ଶ ଦେବେ ସ୍ୱାସ୍ଥ୍ୟ…

ରାଜ୍ୟର ବଛାବଛା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ସ୍ୱସ୍ତି ପ୍ରମିୟମରେ ଆରମ୍ଭ ହୋଇଛି ‘ଦି ହେଲ୍‌ଥ କନକ୍ଲେଭ-୨୦୨୪’  । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏହି ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…

Leave a Reply

Your email address will not be published. Required fields are marked *