ଅସମ୍ଭାଳ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ।

ଅସମ୍ଭାଳ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ।

ଦିଲ୍ଲୀରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ତରକୁ ଦେଖି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ , ବିଭାଗ ଓ ସଙ୍ଗଠନକୁ ଦିଲ୍ଲୀ –ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ଥିବା କାର୍ଯ୍ୟାଳୟ ସମ୍ୱନ୍ଧରେ ଅଲଗା ଅଲଗା ଆପଣାଇବାର ପରାମର୍ଶ ଦିଆଯାଏ। ନିର୍ଦ୍ଦେଶରେ କୁହାଯାଇଛି କି, କାର୍ଯ୍ୟାଳୟ ସକାଳ ୯ଟାରୁ ସନ୍ଧ୍ୟା ସାଢେ ପାଞ୍ଚଟା ଯାଏ ଓ ସକାଳ ୧୦ ଟାରୁ ସନ୍ଧ୍ୟା ସାଢେ ୬ଟା ଯାଏ ଖୋଲା ରହି ପାରେ।

ବ୍ୟକ୍ତିଗତ ଗାଡ଼ିର ବ୍ୟବହାର କରୁଥିବା ଅଧିକାରୀ /କର୍ମଚାରୀଙ୍କ ଗାଡ଼ି ପ୍ରଦୂଷଣକୁ କମ୍‌ କରିବାକୁ ଗାଡ଼ି ପୁଲିଂ କରିବା ଓ ସାର୍ବଜନିକ ପରିବହନର ବ୍ୟବହାର କରିବାକୁ ପ୍ରୋତ୍ସାହିତ କରାଯିବା ଉଚିତ।

କହି ରଖୁଛୁ କି , ଦିଲ୍ଲୀରେ ସପ୍ତାହେରୁ ଜାରି ଗମ୍ଭୀର ପ୍ରଦୂଷଣ ସ୍ତର ପରେ ବାୟୁର ଗୁଣବତ୍ତାରେ କିଛି ସୁଧାର ଆସିଛି, କିନ୍ତୁ ଏହା ଏବେ ବି ବହୁତ ଖରାପ ଶ୍ରେଣୀରେ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁସାରେ , ଗୁରୁବାର ସକାଳ ୯ଟାରେ ରାଷ୍ଟ୍ରୀୟ ରାଜଧାନୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୭୬ ରେକର୍ଡ କରାଯାଇଛି।

Related post

Leave a Reply

Your email address will not be published. Required fields are marked *