ଆଜିଠୁ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।

ଆଜିଠୁ ଅଷ୍ଟ୍ରେଲିଆରେ ବର୍ଡର ଗାଭାସ୍କର ଟ୍ରଫି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।

ପର୍ଥରେ ଖେଳାଯିବ ୫ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ । କ୍ୟାପଟେନ୍ ରୋହିତ ଶର୍ମା, ଓପନର ଶୁବମନ ଗିଲ ଓ ମହମ୍ମଦ ସାମିଙ୍କ ଅନୁପସ୍ଥିତିରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଭାରତୀୟ ଦଳ । ଦ୍ରୁତ ବୋଲର୍ ତଥା ଉପ ଅଧିନାୟକ ଯଶପ୍ରୀତ ବୁମରାଙ୍କ ହାତରେ ଦଳର କମାଣ । ରୋହିତ ଶର୍ମାଙ୍କ ସ୍ଥାନରେ ଓପନିଂ କରିବେ କେଏଲ ରାହୁଲ । ତାଙ୍କୁ ସାଥ ଦେଇପାରନ୍ତି ଯଶସ୍ବୀ ଜୟିସ୍ବାଲ ।

ସ୍ପିନ ବୋଲିଂରେ ରବୀନ୍ଦ୍ର ଜାଡେଜା , ଆର ଅଶ୍ବିନ ମୋର୍ଚା ସମ୍ଭାଳିପାରନ୍ତି । ପେସ୍ ବୋଲିଂ ଆଟାକରେ ଅଧିନାୟକ ବୁମରାହଙ୍କ ସହିତ ହର୍ଷିତ ରାଣା ଓ ମହମ୍ମଦ ସିରାଜଙ୍କୁ କମାଣ ସମ୍ଭାଳିବାର ଦାୟିତ୍ବ ମିଳିପାରେ । ସର୍ଫରାଜଙ୍କ ସ୍ଥାନରେ ଖେଳିପାରନ୍ତି ଧ୍ରୁବ ଜୁରେଲ୍ । ସେହିଭଳି ନୀତିଶ ରେଡଡୀ ଓ ହର୍ଷିତ ରାଣାଙ୍କ ଭିତରୁ କେହି ଜଣେ ଖେଳିପାରନ୍ତି ।

ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ ବହୁତ ଭଲ ଫର୍ମରେ ଅଛି । ଆମର ପ୍ରସ୍ତୁତି ମଧ୍ୟ ଜବରଦସ୍ତ ରହିଛି ବୋଲି କହିଛନ୍ତି ବୁମରା । ଶେଷ ଥର ପାଇଁ ୨୦୧୪-୧୫ରେ ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫି ଜିତିଥିଲା । ଏହା ପରଠାରୁ ଟ୍ରଫି ଭାରତ କବଜାରେ ।

..ଏପଟେ ଘରୋଇ ଦଳକୁ ୪ଟି ମ୍ୟାଚରେ ହରାଇ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଜାଗା କରିବାକୁ ଜି ଜାନ୍ ଲଗାଇବ ବୁମରା ଆଣ୍ଡ କୋ । ପର୍ଥ ମାଟିରେ ୨୦୧୮ରୁ ୨୦୨୩ ଭିତରେ ୪ଟି ଟେଷ୍ଟ ମ୍ୟାଚ୍ ଖେଳାଯାଇଛି । ଯେଉଁଠି ପ୍ରଥମେ ଟେଷ୍ଟ ଜିତି ବ୍ୟାଟିଂ କରିଥିବା ଦଳ ବିଜୟୀ ହୋଇଛନ୍ତି ।

Related post

ଆଜି ଓଟିଇଟି ପରୀକ୍ଷା, ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ…

ଆଜି ଲକ୍ଷ୍ନୌରେ ଚତୁର୍ଥ ଟି-୨୦, ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ । ଲକ୍ଷ୍ନୌର ଏକନ୍ନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଦଳ । ୫ ମ୍ୟାଚ ବିଶିଷ୍ଟ ସିରିଜ୍ ରେ ୨-୧ରେ ଆଗୁଆ…
୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି : ମୁଖ୍ୟମନ୍ତ୍ରୀ

୨୦୩୬ ସୁଦ୍ଧା ଓଡ଼ିଶାର ଅର୍ଥନୀତି ୫ଶହ ବିଲିଅନ ଡଲାର ଲକ୍ଷ୍ୟ ରହିଛି…

ଭୁବନେଶ୍ବର ଜନତା ମଇଦାନରେ ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରାଜ୍ୟର ବିକଶିତ ଲକ୍ଷ୍ୟ ନେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୩୬ ପାଇଁ…

Leave a Reply

Your email address will not be published. Required fields are marked *