ମୁହଁରେ ବାରମ୍ବାର ପିମ୍ପଲ୍ସ ହେଉଛି କି? ଆପଣାନ୍ତୁ ଏହି  ଟିପ୍ସ

ମୁହଁରେ ବାରମ୍ବାର ପିମ୍ପଲ୍ସ ହେଉଛି କି? ଆପଣାନ୍ତୁ ଏହି ଟିପ୍ସ

ଯେଉଁମାନଙ୍କର ସେନସେଟିଭ୍ ସ୍କିନ ହୋଇଥାଏ ସେମାନେ ପିମ୍ପଲ୍ ଦ୍ୱାରା ଅଧିକ ଅସୁବିଧାରେ ପଡ଼ନ୍ତି । ଯଦି ଆପଣ ନିଜ ତ୍ୱଚାକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ । ଆଜି ଆମେ ଏଥିପାଇଁ କିଛି ଜରୁରୀ ଟିପ୍ସ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଏହାସହ ଆପଣଙ୍କୁ ଭଲ ଫାଇଦା ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା କିଭଳି ପିମ୍ପଲ୍ସ ସମସ୍ୟାରୁ ମୁକ୍ତି ପାଇବେ ।

ଦିନକୁ ଦୁଇଥର ଫେସ୍ ୱାସ୍ କରନ୍ତୁ:

ଯଦି ଆପଣ ପିମ୍ପଲ୍ ଠାରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ଦିନକୁ ଦୁଇଥର ଫେସ୍ ୱାସ୍ କରନ୍ତୁ । ମୁହଁ ଧୋଇବା ଦ୍ୱାରା ମୁହଁରେ ଲାଗିଥିବା ସମସ୍ତ ଧୂଳି ଏବଂ ମଇଳା ଦୂର ହୋଇଯାଏ । ମୁହଁ ଧୋଇବା ପାଇଁ ଜେଣ୍ଟିଲ୍ କ୍ଲିଜର୍ ବ୍ୟବହାର କରନ୍ତୁ । ମୁହଁ ଧୋଇବା ପରେ ମୁହଁକୁ ମଶ୍ଚରାଇଜ୍ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

ତ୍ୱଚାକୁ ଡ୍ରାଏ ହେବାକୁ ଦିଅନ୍ତୁ ନାହିଁ:

ଯଥାସମ୍ଭବ ନିଜ ତ୍ୱଚାକୁ ଡ୍ରାଏ ହେବାକୁ ଦିଅନ୍ତୁ ନାହିଁ । ତ୍ୱଚାକୁ ହାଇଡ୍ରେଟ୍ କରିବା ମଧ୍ୟ ଅତ୍ୟନ୍ତ ଜରୁରୀ । ଏଥିପାଇଁ ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ ଏବଂ ମୁହଁରେ ଅଲକୋହଲ୍ ଫ୍ରି କ୍ରିମ୍ ଲଗାନ୍ତୁ । ଡ୍ରାଏ ସ୍କିନ ଯୋଗୁଁ ପିମ୍ପଲ୍ସ ସମସ୍ୟା ଅଧିକ ହୋଇପାରେ ।

ହାତ ଏବଂ ନଖକୁ ସଫା ରଖନ୍ତୁ:

ବେଳେବେଳେ ମୁହଁକୁ ବାରମ୍ବାର ଛୁଇଁବା କାରଣରୁ ପିମ୍ପଲ୍ ହୁଏ । ଏପରି ପରିସ୍ଥିତିରେ, ମୁହଁରେ କୌଣସି ପ୍ରକାରର କ୍ରିମ୍ ଲଗାଇବା ପୂର୍ବରୁ ସବୁବେଳେ ହାତ ଏବଂ ନଖ ସଫା କରିବା ଜରୁରୀ ଅଟେ । ଏହା ଦ୍ୱାରା ମୁହଁରେ ବ୍ୟାକଟେରିଆ ହେବେ ନାହିଁ ।

ଡାଏଟର ଯତ୍ନ ନିଅନ୍ତୁ:

ଖରାପ ଡାଏଟ ମଧ୍ୟ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ । ଏପରି ପରିସ୍ଥିତିରେ, ଡାଏଟରେ ଭିଟାମିନ୍ A, B 12 ଏବଂ ଭିଟାମିନ C ଥିବା ଖାଦ୍ୟଗୁଡିକ ସାମିଲ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତ୍ୱଚାକୁ ଚମକାଇବା ପାଇଁ ଏବଂ ପିମ୍ପଲ୍ ଠାରୁ ଦୂରରେ ରହିବା ପାଇଁ ଖାଦ୍ୟରେ ବିଟ୍ ରୁଟ୍, କମଳା ଏବଂ ବାଦାମ ଭଳି ଜିନିଷ ସାମିଲ କରନ୍ତୁ ।

Related post

Leave a Reply

Your email address will not be published. Required fields are marked *