ଫିଲ୍ମ ଫେୟାର ଓଟିଟି ଆୱାଡ୍‌ର୍ସ, ‘ବ୍ଲାକ୍‌ ୱାରେଣ୍ଟ’ ଶ୍ରେଷ୍ଠ ୱେବ୍‌ ସିରିଜ୍‌

ଫିଲ୍ମ ଫେୟାର ଓଟିଟି ଆୱାର୍ଡ୍‌ସର ୬ଷ୍ଠ ସଂସ୍କରଣ ସୋମବାର ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏଥିରେ ପାତାଲ ଲୋକ ସିଜନ-୨, ବ୍ଲାକ୍‌ ୱାରେଣ୍ଟ ଏବଂ ଖୌଫ୍‌ ଭଳି ଶୋ’ ଏକାଧିକ ପୁରସ୍କାର ହାତେଇଛନ୍ତି । ବ୍ଲାକ୍‌ ୱାରେଣ୍ଟ ଶ୍ରେଷ୍ଠ ଓଟିଟି ସିରିଜ ବିବେଚିତ ହୋଇଛି । ସେହିପରି ବ୍ଲାକ୍‌ ୱାରେଣ୍ଟକୁ ଶ୍ରେଷ୍ଟ ନିର୍ଦ୍ଦେଶକ ଆୱାର୍ଡ ମଧ୍ୟ ଯାଇଛି । କ୍ରିଟିକ୍ସରେ ପାତାଲ ଲୋକ ସିଜିନ ୨ ଶ୍ରେଷ୍ଠ ୱେବ୍‌ ସିରିଜ ହୋଇଛି । ସେହିପରି କ୍ରିଟିକ୍ସରେ ଆଇସି୮୧୪: ଦ କାନ୍ଦାହାର ହାଇଜାକ୍‌ ପାଇଁ ଅନୁଭବ ସିହ୍ନାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଛି । ଦ ହଣ୍ଟ୍‌: ଦ ରାଜୀବ ଗାନ୍ଧୀ ଆସାସିନେସନ୍‌ କେସ୍‌ ପାଇଁ ନାଗେଶ କୁକୁନୂର ଶ୍ରେଷ୍ଠ ନିର୍ଦ୍ଦେଶକ ହୋଇଛନ୍ତି ।

ପାତାଲ ଲୋକର ଜଏଦୀପ ଅହଲାୱତ୍‌ ଶ୍ରେଷ୍ଠ ଅଭିନେତା, ବ୍ଲାକ୍‌ ୱାରେଣ୍ଟର ଜାହାନ କପୁର କ୍ରିଟିକ୍ସରେ ଶ୍ରେଷ୍ଠ ଅଭିନେତା, ଖୌଫ୍‌ର ମୋନିକା ପନୱାର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ହାତେଇଛନ୍ତି ।  ସେହିପରି ଶେଖର ହୋମ୍‌ ସିରିଜ୍‌ରେ କ୍ରିଟିକ୍ସ ବର୍ଗରେ ରଶିକା ଦୁଗଲ ଶ୍ରେଷ୍ଠ ଅଭିନେତ୍ରୀ ହୋଇଛନ୍ତି । ଶ୍ରେଷ୍ କମେଡି ଆୱାର୍ଡ ରାତ୍‌ ଯବାନ ହୈ’କୁ ଯାଇଛି । ଅଭିନେତା ବରୁନ ସୋବତି (ରାତ ଯବାନ ହୈ) ଏବଂ ସ୍ପର୍ଶ ଶ୍ରୀବାସ୍ତବ (ଦୋପହିଆ) ଶ୍ରେଷ୍ଠ କମେଡି ଅଭିନେତା ହୋଇଛନ୍ତି । ‘କଲ୍‌ ମି ବେ’ରେ ଅନନ୍ୟା ପାଣ୍ଡେ ଶ୍ରେଷ୍ଠ କମେଡି ଅଭିନେତ୍ରୀ ଆୱାର୍ଡ ଜିତିଛନ୍ତି । ବ୍ଲାକ୍‌ ୱାରେଣ୍ଟର ରାହୁଲ ଭଟ୍ଟ ଶ୍ରେଷ୍ଠ ସପୋର୍ଟିଂ ଅଭିନେତା ହୋଇଛନ୍ତି ।

ପାତାଲ ଲୋକ ସିଜିନ୍‌ ୨ର ତିଳୋତମା ଶୋମ୍‌ ଶ୍ରେଷ୍ଠ ସପୋର୍ଟିଂ ଅଭିନେତ୍ରୀ ଆୱାର୍ଡ ପାଇଛନ୍ତି । ଫିଲ୍ମ ବର୍ଗରେ ୱେବ୍‌ ଅରିଜିନାଲ ‘ଗର୍ଲ୍ସ ୱିଲ ବି ଗର୍ଲ୍ସ’ ଶ୍ରେଷ୍ଠ ଫିଲ୍ମ ହୋଇଛି । ଏହି ଫିଲ୍ମର ନିର୍ଦ୍ଦେଶକ ସୁଚି ତଲାତି ଶ୍ରେଷ୍ଠ ନିର୍ଦ୍ଦେଶକ ହୋଇଛନ୍ତି । ସେହିପରି ଷ୍ଟୋଲେନ୍‌ର ଅଭିଷେକ ବାନାର୍ଜୀ ଶ୍ରେଷ୍ଠ ଅଭିନେତା, ମିଷ୍ଟ୍ରେସ୍‌ର ସାନ୍ୟା ମାଲହୋତ୍ରା ଶ୍ରେଷ୍ଠ ଅଭିନେତ୍ରୀ, କ୍ରିଟିକ୍ସରେ ସେକ୍ଟର ୩୬ର ବିକ୍ରାନ୍ତ ମେସି ଶ୍ରେଷ୍ଠ ଅଭିନେତା, କ୍ରିଟିକ୍ସରେ ଗର୍ଲ୍ସ ୱିଲ ବି ଗର୍ଲ୍ସର ପ୍ରୀତି ପାଣିଗ୍ରାହୀ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ଜିତିଛନ୍ତି ।

Related post

Leave a Reply

Your email address will not be published. Required fields are marked *