ସ୍ପେନ୍‌ରେ ବନ୍ୟା ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ସ୍ପେନ୍‌ରେ ବନ୍ୟା ମୃତ୍ୟୁସଂଖ୍ୟା ୧୫୦କୁ ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି

ସ୍ପେନରେ ପ୍ରବଳ ବର୍ଷା ଯୋଗୁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୨୮ ବର୍ଷ ଭିତରେ ଭାଲେନସିଆରେ ସବୁଠୁ ଅଧିକ ବର୍ଷା ହୋଇଛି ।  ମାଦ୍ରିଦ-ଭାଲେନସିଆ ମଧ୍ୟରେ ଚ୍ରେନ ସେବା ବାତିଲ କରାଯାଇଛି ।   ସରକାରୀ ପରିବହନ ସେବା ବାଧାପ୍ରାପ୍ତ ହୋଇଛି । ସ୍କୁଲ, ମ୍ୟୁଜିୟମ ଓ ଲାଇବ୍ରେରୀ ବନ୍ଦ ରହିଛି ।

ସ୍ପେନର ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ମୂଷଳଧାରରେ ବର୍ଷା ପରେ ଆସିଥିଲା ଭୟଙ୍କର ବନ୍ୟା ।  ହଠାତ ବନ୍ୟା ଆସିବା ଦ୍ବାରା ରାସ୍ତାରେ ଥିବା ଗାଡ଼ି ମଟର ଭାସିବାକୁ ଲାଗିଥିଲା । ସହରର ଗଳିକନ୍ଦିରେ ନଦୀର ଭ୍ରମ ସୃଷ୍ଟି ହୋଇଥିଲେ ।  ତଳିଆ ଅଞ୍ଚଳରେ ଥିବା ଘର ଗୁଡ଼ିକ ବନ୍ୟା ଜଳରେ ବୁଡିରହିଥିଲା ।

ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସେନା ଓ ପୋଲିସକୁ ହେଲିକପ୍ ଟର ବ୍ୟବହାର କରିବାକୁ ପଡ଼ିଥିଲା । ଏଥିରେ ବର୍ତ୍ତମାନ ସୁଦ୍ଧା ୧୫୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା ରହିଛି ।

ବିପନ୍ନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ପେନ ସହରାର ଏକ ଜରୁରୀକାଳୀନ କମିଟି ଗଠନ କରିଛନ୍ତି ।  ସ୍ପେନ ପ୍ରଧାନମନ୍ତ୍ରୀ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏବେ ଅନେକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ବଢିବା ଅନୁମାନ କରାଯାଉଛି। ସ୍ପେନରେ ୧୯୭୨ ପରେ ସ୍ପେନରେ ଏହା ଭୟଙ୍କର ବନ୍ୟା । ୧୯୭୨ ବନ୍ୟାରେ ୧୫୦ ଜଣଙ୍କ ମୃତ୍ୟୁ ହୋଇଥିଲା

Related post

Leave a Reply

Your email address will not be published. Required fields are marked *