ମହାରଷ୍ଟ୍ରରୁ ଆସିଲା ଚାରା, ପ୍ରଥମ ଥର ଶିମିଳିପାଳରେ  ଷ୍ଟ୍ରବେରୀ ଚାଷ

ମହାରଷ୍ଟ୍ରରୁ ଆସିଲା ଚାରା, ପ୍ରଥମ ଥର ଶିମିଳିପାଳରେ ଷ୍ଟ୍ରବେରୀ ଚାଷ

କୋରାପୁଟ ଓ କନ୍ଧମାଳ ପରେ ମୟୁରଭଞ୍ଜ ଜିଲ୍ଲାରେ ଆରମ୍ଭ ହେଲା ଷ୍ଟ୍ରବେରୀ ଚାଷ । ଅଳ୍ପ ଦିନରେ ମିଳିବ ଅଧିକ ଲାଭ । ମହାରଷ୍ଟ୍ରରୁ ଆସିଲା ଦେଢ ଲକ୍ଷ ଚାରା । ପ୍ରଥମ କରି ଶିମିଳିପାଳ ପାଦ ଦେଶରେ ଆରମ୍ଭ ହେଉଛି ଏହି ଷ୍ଟ୍ରବେରୀ ଚାଷ ।  ବିଶ୍ଵ ଷ୍ଟ୍ରବେରୀ ବଜାରକୁ ପ୍ରବେଶ କରିବ ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳ ଷ୍ଟ୍ରବେରୀ ।

ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲା । ଶିଳ୍ପ ବିହୀନ ଏହି ଜିଲ୍ଲାର ଏକମାତ୍ର ବିକଳ୍ପ ହେଉଛି ଚାଷ । ଜିଲ୍ଲାର ଅଧାରୁ ଅଧିକ ଚାଷୀ ସବାଇଘାସ ଚାଷ ଉପରେ କରନ୍ତି ନିର୍ଭର । ସେହି ସବାଇ ଘାସ ଆଜି ମୟୁରଭଞ୍ଜ ଜିଲ୍ଲାକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରିଛି । ମୟୁରଭଞ୍ଜ ଜିଲ୍ଲାର ସବାଇ କ୍ରାଫ୍ଟ ଦେଶ ବିଦେଶରେ ପ୍ରସିଦ୍ଧ । ଏବେ ଜିଲ୍ଲାର ଏହି ଚାଷୀଙ୍କ ପାଇଁ ଯୋଡି ହୋଇଛି ଆଉ ଏକ ଫର୍ଦ୍ଦ ।

ସବାଇ ପରେ ଏବେ ଷ୍ଟ୍ରବେରୀ ଚାଷ କରି ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା । ଏଥିପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ପାଦଦେଶ ଶାମାଖୁଣ୍ଟା ବ୍ଳକର ତାରଜୋଡି ଗ୍ରାମକୁ ନେଇଛି ଜିଲ୍ଲା ପ୍ରଶାସନ ।

ମାତ୍ର ୪୦ ରୁ ୪୫ ଦିନରେ ଫଳ ଆସିବାକୁ ଥିବା ବେଳେ କିଲୋ ପ୍ରତି ଅନ୍ୟୁନ୍ୟ ୫୦୦  ଟଙ୍କାରେ ବିକ୍ରି ହେବ ଏହି ଷ୍ଟ୍ରବେରୀ । ପ୍ରତି ଗଛରେ ୮୦୦ ରୁ ୧୫୦୦ ଗ୍ରାମ ଷ୍ଟ୍ରବେରୀ ଫଳିବ। ଶିମିଳିପାଳ ଷ୍ଟ୍ରବେରୀ ନାମରେ ଏବେ ବଜାରରେ ଉପଲବ୍ଧ ହେବ ଏହି ଷ୍ଟ୍ରବେରୀ ।

Related post

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ ବିଭାଗ

ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି: ଆଞ୍ଚଳିକ ପାଣିପାଗ…

୧୦ ତାରିଖରୁ ରାଜ୍ୟରେ ହିଟ ୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ ।  ଗତ କାଲି ମୟୂରଭଞ୍ଜ ଜିଲ୍ଲାର ତଙ୍ଗରବଳଦ ସ୍ଥାନରେ ୨…
ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ସତର୍କ କଲା ପାଣିପାଗ କେନ୍ଦ୍ର, ଆଜିଠୁ ବଢ଼ିବ ବର୍ଷା

ବଙ୍ଗୋପସାଗରରେ ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସକ୍ରିୟ । ଏହା ସହ ଟ୍ରପ ଲାଇନ ପ୍ରଭାବରେ ରାଜ୍ୟ ମଧ୍ୟକୁ ସମୁଦ୍ର ପଟୁ ଜଳୀୟବାଷ୍ପ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର…
ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ

ବିଦେଶୀ ପକ୍ଷୀଙ୍କ ସଂଖ୍ୟା, ଭିତରକନିକାକୁ ଆସିଛନ୍ତି ୧ ଲକ୍ଷ ୫୧ ହଜାର…

ଚଳିତବର୍ଷ ୧ ଲକ୍ଷ ୫୧ ହଜାର ୬୧୪ଟି ବିଦେଶୀ ପକ୍ଷୀ ଆସିଛନ୍ତି । ଚଳିତବର୍ଷ ୧୧୮ ପ୍ରଜାତି ପକ୍ଷୀ ଚିହ୍ନଟ ହୋଇଥିବାବେଳେ ଗତବର୍ଷ ତୁଳନାରେ ୩ କମ୍ ରହିଛନ୍ତି…

Leave a Reply

Your email address will not be published. Required fields are marked *