ବନ୍ଦ ହେବ ହିଣ୍ଡେନବର୍ଗ ରିସର୍ଚ୍ଚ, ବନ୍ଦ କରିବାକୁ ପ୍ରତିଷ୍ଠାତା ନାଟେ ଆଣ୍ଡରସନଙ୍କ ସୂଚନା
- ଦେଶ ବିଦେଶ
- January 17, 2025
- No Comment
- 105
ବନ୍ଦ ହେବ ଆମେରିକାର ସର୍ଟସେଲର ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ। ଏନେଇ ସୂଚନା ଦେଇଛନ୍ତି ଫାର୍ମର ପ୍ରତିଷ୍ଠାତା ନାଟେ ଆଣ୍ଡରସନ। ସଂସ୍ଥାକୁ ବନ୍ଦ କରିବା ଲାଗି ସେ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ଆଣ୍ଡରସନ। ଯେଉଁ ଯୋଜନାଗୁଡିକ ଉପରେ କାର୍ଯ୍ୟ କରାଯାଉଛି ତାହା ଶେଷ ହୋଇଯିବା ପରେ ଫାର୍ମକୁ ବନ୍ଦ କରିଦିଆଯିବ।
ବଡ଼କଥା ହେଉଛି ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବାର ମାତ୍ର ଚାରିଦିନ ପୂର୍ବରୁ ଏହି ଘୋଷଣା କରିଛନ୍ତି ଆଣ୍ଡରସନ। ତେବେ ସଂସ୍ଥାକୁ ବନ୍ଦ କରିବା ପଛରେ କୌଣସି ଧମକ ବା ବ୍ୟକ୍ତିଗତ କାରଣ ନାହିଁ ବୋଲି ସେ କହିଛନ୍ତି। ଗତ ୨୦୨୨ରେ ଅଦାନୀ ଗ୍ରୁପକୁ ହିଣ୍ଡେନବର୍ଗ ଟାର୍ଗେଟ କରି ଚର୍ଚ୍ଚାକୁ ଆସିଥିଲା। ଏହି ରିପୋର୍ଟକୁ ନେଇ ଦେଶରେ ଝଡ ସୃଷ୍ଟି ହୋଇଥିଲା।
ହିଣ୍ଡେନବର୍ଗ ରିପୋର୍ଟ ମାମଲାରେ ଅଦାନୀ ଗ୍ରୁପକୁ କ୍ଲିନଚିଟ୍ ଦେଇଥିଲେ ସୁପ୍ରିମକୋର୍ଟ। ଗତବର୍ଷ ଅଗଷ୍ଟରେ ବି ଅଦାନୀ ଗ୍ରୁପ ବିରୋଧରେ ଅନ୍ଯାନ୍ଯ ଅଭିଯୋଗ ଆଣିଥିଲା ହିଣ୍ଡେନବର୍ଗ। ଏହା ସହ ସିକ୍ଯୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ଅଧ୍ଯକ୍ଷା ମାଧବୀ ପୁରି ବୁଚ୍ ଓ ତାଙ୍କ ସ୍ବାମୀଙ୍କୁ ବି କାଠଗଡ଼କୁ ଟାଣିଥିଲା ହିଣ୍ଡେନବର୍ଗ।